ଦୁର୍ଗମ ଅଞ୍ଚଳରେ ମମତା ଦିବସ ଓ ସମନ୍ଵିତ ଟୀକାକରଣ ଅଭିଯାନ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ସଂରକ୍ଷିତ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ଖୋଲ ପଞ୍ଚାୟତର ଭୁତଲି ସ୍କୁଲ ପରିସରରେ ମମତା ଦିବସ ଓ ସମନ୍ଵିତ ଟୀକାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ଅନ୍ତର୍ଗତ କୁରୁମକେଲ, ଭୁତଲି, ବାଲିଯୁରୀ ଏବଂ ରେଙ୍ଗାଲୀ ଗ୍ରାମରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମମତା ଦିବସ ଓ ସମନ୍ଵିତ ଟୀକାକରଣ କରାଯାଉଥିଲା । ଜିଲ୍ଲା ଜଳ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଲାବତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଶିବିରରେ ୭୫ ଜଣ ରୋଗୀଙ୍କ ଅଣ ସଂକ୍ରମଣ ରୋଗ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ସେହିପରି ମମତା ଦିବସ ଓ ସମନ୍ଵିତ ଟୀକାକରଣ କରାଯାଇଥିଲା । ଏଥିରେ ଗର୍ଭବତୀ ମହିଳା, ଶିଶୁମାନଙ୍କୁ ଟୀକାକରଣ କରାଯାଇଥିବା ବେଳେ କୋଭିଡ ଟୀକାକରଣ ମଧ୍ୟ କରାଯାଇଥିଲା । ଏହି ଗ୍ରାମର ଗ୍ରାମବାସୀମାନେ କିଛି ମାସ ପୂର୍ବରୁ ନୂତନ ସ୍ଥାନକୁ ବିସ୍ଥାପିତ ହୋଇଥିବା ଯୋଗୁଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାତ୍ରଙ୍କ ନିର୍ଦ୍ଦେଶନାରେ ଏହି ଶିବିର ଆୟୋଜିତ ହୋଇଥିଲା । ଶିବିରରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଟେମ ରାମ ଦେହେରୀ, ଲଖନପୁର ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ଦାସ, ଡାକ୍ତର ଅଲିଶା ପ୍ରଧାନ ପ୍ରମୁଖ ଚିକିତ୍ସା ସେବା ଯୋଗାଇ ଥିବା ବେଳେ ପାରା ମେଡିକାଲ ଷ୍ଟାଫ୍ ରୋହିତ ସାହୁ, ଭୁପେନ ସାହୁ, ଏଏନ୍‌ଏମ୍‌ ମୀରା ବାଇ ବେହେରା, ନନ୍ଦିନୀ ସୁନା, ଶ୍ରୀମା ସାହୁ, ଜ୍ୟୋତି ମୟୀ ସାହୁ, ଇନ୍ଦିରା ପ୍ରିୟଦର୍ଶିନୀ, ହୃଦାକାନ୍ତି ସୁନା, ଦୁଃଖି ଶ୍ୟାମ ବେହେରା ଟୀକାକରଣ ଓ ଅନ୍ୟ କାର୍ୟ୍ୟରେ ସହଯୋଗ କରିଥିଲେ । ଶିବିରକୁ ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ପ୍ରଧାନ ଏବଂ ସହକାରୀ ପ୍ରୋଗ୍ରାମ ଅଧିକାରୀ ତୁଷାର ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.