csstore

ଏକାଦଶାହ ଅବସରରେ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହୀରାପୁର ଗ୍ରାମଠାରେ ଯାଦବ ସମାଜ ପକ୍ଷରୁ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କ ଏକାଦଶାହ ଅବକାଶରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଶିକ୍ଷକ ଡୋଳାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାସୁମନ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଡା ଲମ୍ବୋଦର ପଣ୍ଡା, ସରୋଜ କୁମାର ସାମଲ, ବନମାଳୀ ଚନ୍ଦନ, ଗାନ୍ଧୀ ବାଗ, ବିଶମ୍ବର ପାତ୍ର, ପଦ୍ମପୁର ଉପ ସାମ୍ବାଦିକ ସଂଘ ସଂପାଦକ ସାମ୍ୱାଦିକ ରମେଶ ବାରିକ, ଗୋବର୍ଦ୍ଧନ ଅଗ୍ରୱାଲ, ସତ୍ୟନାରାୟଣ ବେହେରା, କୋକିଳ ସାହୁ, ବାଳକୃଷ୍ଣ ବନଛୋର, ହରିଚନ୍ଦ୍ର ହଂସ, ଶାନ୍ତି ପ୍ରଧାନ, କୁବେର ହଂସ, ଗୋବର୍ଦ୍ଧନ ଭୋଇ, ମଦନମୋହନ ପଟେଲ, ସୁଶାନ୍ତ ନାଗ, ହରେକୃଷ୍ଣ ପଟେଲ, କୈଲାସ ଦିଶ୍ରୀ, ବିଦ୍ୟ କେଶର ପ୍ରଧାନ, ମଧୁସୂଦନ ପାଣ୍ଡେ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ରୋଶନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଧିରେନ ମହାନ୍ତିଙ୍କ ତତ୍ତ୍ବାବଧନତାରେ ଆବାହକ ଦୁର୍ଯ୍ୟାଧନ ପୁଟା, ଭୀଷ୍ମଦେବ ପଟେଲ, ସୁରେଶ ପ୍ରଧାନ, ଝସକେତନ ସାହୁ, ଦୟାନନ୍ଦ ମାଝୀ, ଧର୍ମୁରାଜ ପ୍ରମୁଖ ସ୍ୱର୍ଗତ ଧନୁଞ୍ଜୟ ପାଣ୍ଡେଙ୍କ ସ୍ମୃତିରେ ଏକ ବୃକ୍ଷ ରୋପଣ ନିମନ୍ତେ ତାଙ୍କ ପିତା ଲବ ପାଣ୍ତେଙ୍କୁ ପ୍ରଦାନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳର ଆଖପାଖ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି, ସାମାଜିକ କାର୍ଯ୍ୟକର୍ତ୍ତା, ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.