ଶିଶୁ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସଚିବ ସ୍ୱାଗତ ସମ୍ଭାଷଣ ଦ୍ୱାରା ଆରମ୍ଭ କରିବା ସହ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହାପରେ ଶିଶୁ ମଙ୍ଗଳ ସମିତି ସଦସ୍ୟ ଗୋଦାବରିଶ ରଥ, ଜେଏମ୍‌ଏଫ୍‌ସି ସୌରଭ ସମ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ ଶିଶୁମାନଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦେବା ସହ ସେମାନଙ୍କ ଆଇନଗତ ଅଧିକାର ସମ୍ବନ୍ଧରେ ଅବଗତ କରାଇଥିଲେ ।

ଏହାପରେ ଆଦୃତ ଶିଶୁ ଯତ୍ନ ପ୍ରତିଷ୍ଠାନର ଅନ୍ତେବାସୀମାନଙ୍କ ସହ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଠିକ୍‌ ଉତ୍ତର ପ୍ରଦାନ କରିଥିବା ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍‌ଏଲ୍‌ଏଲ୍‌ସିର ସମସ୍ତ ବିଦ୍ୟାର୍ଥୀ, ଶିକ୍ଷକ ଶିକ୍ଷୟତ୍ରୀ, ପିଏଲ୍‌ଭି ଏବଂ ପେନାଲ୍‌ ଆଇନଜୀବୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.