ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ଏବେ ୪୩୪ ଜଣ କେବଳ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ଆଗଲପୁର ବ୍ଲକ୍‌ ନଅଗାଁ-ଏ ଗ୍ରା.ପ.ରୁ ୧, ଉପରବାହାଲ ଗ୍ରା.ପ.ରୁ ୧, ଭରସୁଜା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ କୁଡ଼ାସିଂଗା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.ରୁ ୧, ୭ରୁ ୧ ଓ ୧୯ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଝରିଆଲ ଓ ଦେଢ଼ଗାଁ ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ବନ୍ଧପଡ଼ା ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ ସମରା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ଡଙ୍ଗରପଡ଼ା ଗ୍ରା.ପ.ରୁ ୧, ଲଖନା ଗ୍ରା.ପ.ରୁ ୨ ଓ ଚଲ୍‌କି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ ଖୁଣ୍ଟ ସମଲେଇ ଗ୍ରା.ପ.ରୁ ୩, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ୧, ୮ରୁ ୨ ଓ ୧୪ରୁ ୨, ପୁଇଁନ୍ତଲା ବ୍ଲକ ବହଲପଦର ଗ୍ରା.ପ.ରୁ ୧, ଜାମଗାଁ ଗ୍ରା.ପ.ରୁ ୨, ପୁଇଁନ୍ତଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ବେଲଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ ମନିଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିପାଲିଟି ୱାର୍ଡ ନଂ.୯ରୁ ୨, ୧୪ରୁ ୧ ଓ ତୁରେକେଲା ବ୍ଲକ ବୁରୋମାଲ ଗ୍ରା.ପ.ରୁ ୧ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.