ନିଆଁ ଲାଗି ଜଳିଗଲା ୩ କୋଟିର ସମ୍ପତ୍ତି

ରାୟଗଡ଼ା : ବିଳମ୍ବିତ ରାତିରେ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୩ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ରାୟଗଡ଼ା ସହରର କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ନିଆଁ ଲାଗିଥିଲା । ସର୍ଟସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ୩ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜଳି ପୋଡ଼ି ଯାଇଛି । ରାୟଗଡ଼ା ଓ କୋଲନରା ଅଗ୍ନିଶ୍ରମ ବିଭାଗର ୨ଟି ୟୁନିଟ୍ ଦୀର୍ଘ ୪ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ଦୋକାନରେ ପ୍ଲାଷ୍ଟିକ ଏବଂ ରସାୟନିକ ସାମଗ୍ରୀ ଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହୋଇଥିଲା ଅଗ୍ନିଶ୍ରମ ବାହିନୀ । ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା ନିଆଁ ଲିଭା କାର୍ଯ୍ୟ । ହାର୍ଡୱେର ଦୋକାନରେ ବିଭିନ୍ନ ପ୍ଲାଷ୍ଟିକ ପାଇପ୍ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ସାମଗ୍ରୀ ରହିଥିଲା । ଦୋକାନ ନିକଟରେ ଥିବା ଔଷଧ ଦୋକାନ ସହ ଅନ୍ୟ ଦୋକାନକୁ ନିଆଁ ବ୍ୟାପି ଯାଇଥିଲା ।

Leave A Reply

Your email address will not be published.

twenty − three =