om academy

ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ବିଶେଷଜ୍ଞଙ୍କ ଡେପୁଟେସନ ବାତିଲ ଦାବୀରେ ୩୦ ଖଣ୍ଡ ଗ୍ରାମର ଲୋକେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟରେ ଡାକ୍ତର ନିଯୁକ୍ତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି । ୩୦ ଖଣ୍ଡ ଗ୍ରାମର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଗତ ସେପ୍ଟେମ୍ବର ୧୪ରେ ଶିଶୁ ବିଶେଷଜ୍ଞ ନିଯୁକ୍ତି ପାଇଥିଲେ । ହେଲେ ନିଯୁକ୍ତିର ମାସକ ପରେ ଉକ୍ତ ଶିଶୁ ବିଶେଷଜ୍ଞଙ୍କୁ ଜିଲ୍ଲା ପ୍ରଶାସନ ବେଲପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ଼ ଡାକ୍ତରଖାନାକୁ ୩ ଦିନ ଲେଖାଏଁ ଡେପୁଟେସନ କରିଥଲେ । ଏହାର ପ୍ରତିବାଦରେ ଆଜି ୩୦ ଖଣ୍ଡ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ହାତରେ ପ୍ଲାକାର୍ଡ, ମୁହଁରେ ସରକାର ବିରୋଧୀ ସ୍ଲୋଗାନ ଦେଇ ଏକ ରାଲିରେ ବାହାରି ଗ୍ରାମ ପରିକ୍ରମା କରି ଡାକ୍ତରଖାନାକୁ ପହଞ୍ଚି ବିକ୍ଷୋଭ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି । ନିଯୁକ୍ତି ପାଇଥିବା ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ରକୁ ନଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଖବର ପାଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଡାକ୍ତରଖାନାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ସାଂସଦ କଥା ହୋଇ ଘସିଏନ ସ୍ୱାସ୍ଥ୍ୟକେନ୍ଦ୍ରକୁ ୪ ଦିନ ଓ ପାଟଣାଗଡ଼ ଡାକ୍ତରଖାନାକୁ ୩ ଦିନ ସେବା ଯୋଗାଇବା ପାଇଁ କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଚିନ୍ମୟ ସାହୁଙ୍କ ନେତୃତ୍ୱରେ ସଞ୍ଜୟ ମଟାରୀ, ବିଜୟ, ଖୁଟଲା ବାରିକ, ମିଲାପ ବିଶ୍ୱାଳ, ମୁସ୍ତାଭା ଖାନ, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଓ ଶ୍ରିବତ୍ସ ମହାକୁଡ଼ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ଥିଲେ ।

Leave A Reply

Your email address will not be published.

eighteen − nine =