ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର : ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତ କରି ଶ୍ରମିକ ତଥା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି । ଆଦିବାସୀ ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ସମ୍ମିଳିତ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି । ତେବେ ଏ ନେଇ ସଦସ୍ୟମାନେ କୌଣସି ସୂଚନା ଦେଇ ନ ଥିଲେ ହେଁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖଣି ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ବହୁ ଅଭିଯୋଗ କମିଶନଙ୍କ ନିକଟକୁ ଯାଇଥିବା ବେଳେ ତାହାର ସତ୍ୟାସତ୍ୟ ଜାଣିବା ପାଇଁ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟି ଗସ୍ତ କରିଛି । ଏହି କମିଟିରେ କମିଶନର ଯୁଗ୍ମ ସଚିବ କନଥାଙ୍ଗ ତଉଥାଙ୍ଗ, ପୂର୍ବତନ ସ୍ୱତନ୍ତ୍ର ସଚିବ(ବ୍ୟକ୍ତିଗତ ଅଭିଯୋଗ) ସୁଦର୍ଶନ ନାୟକ, ସେଲ୍‌ର ପୂର୍ବତନ ସାଧାରଣ ପରିଚାଳକ ଭୂବନାନନ୍ଦ ତ୍ରିପାଠୀ, କମିଶନର ବରିଷ୍ଠ ଆଇନ ପରାମର୍ଶଦାତା ରାଧାକାନ୍ତ ତ୍ରିପାଠୀ ଏହି ଟିମ୍‌ରେ ସାମିଲ ହୋଇଛନ୍ତି । ବିଶେଷକରି ଖଣି ଶ୍ରମିକଙ୍କ ନିଯୁକ୍ତି ଏବଂ ଆଦିମ ଜନଜାତିଙ୍କ ସମସ୍ୟା ତଥା ଆଦିବାସୀ ବସବାସ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.

fourteen + seventeen =