ଯାଜପୁରରେ ଆରମ୍ଭ ହେଲା ବିରଜା ଶ୍ରୀ ବାଣିଜ୍ୟ ମେଳା

ଯାଜପୁର : କାଳୀପୂଜା ଅବସରରେ କୁସୁମା ନିକଟରେ ଆରମ୍ଭ ହୋଇଛି ବିରଜା ଶ୍ରୀ ବାଣିଜ୍ୟ ମେଳା । ଯାଜପୁର ପୌରପାଳିକା ଏବଂ ନାବାର୍ଡର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉତ୍ପାଦିକ ସାମଗ୍ରୀର ବିକ୍ରି କରି ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଯାଜପୁର ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଷ୍ଟଲ ଖୋଲିଛନ୍ତି । ଏହି ଷ୍ଟଲରେ ହାତ ତିଆରି ସାମଗ୍ରୀ, ଲୁଗା, ଡ୍ରେସ, ସାଜସଜ୍ଜା ଜିନିଷ, ପାମ୍ପଡ, ଆଚାର ଏବଂ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସ୍ଥାନ ପାଇଛି । ପ୍ରଥମ ଦିନରେ ଗ୍ରାହକଙ୍କ ସଂଖ୍ୟା ଭଲ ହୋଇଥିବାରୁ ଆଗାମୀ ଦିନ ଭଲ ବ୍ୟବସାୟ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ । ଯାଜପୁର ପୌରପାଳିକାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି । ବିଶେଷ କରି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ତାଲିମ ଓ ଉତ୍ପାଦିକ ସାମଗ୍ରୀର ବିକ୍ରି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି । ଏହି ବାଣିଜ୍ୟ ମେଳାରେ ପରିବେଶ ସୁରକ୍ଷାର ମଧ୍ୟ ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ବାଣିଜ୍ୟ ମେଳାରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଉଦ୍‌ଘାଟନ କରିଥିବା ବେଳେ ଯାଜପୁର ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ଯାଜପୁର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 + 10 =