୧୦୦ କିଲୋ ଗଞ୍ଜେଇ ଜବତ : ୪ ଗିରଫ

ବ୍ରହ୍ମପୁର, (କେପିଏନ୍‌ଏ୍‌) : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବୋଲେରୋ ଗାଡିରୁ ୧୦୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସେମାନେ ହେଲେ ଦାଶରଥୀ ଗୋମାଙ୍ଗା(୪୨), ଇରୋଶ ଶବତ(୨୨), ଜୟଦେବ ଜାନି(୨୧) ଓ ସାମୁଏଲ୍‌ ଶବର(୨୪) । ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତଙ୍କୁ ଶନିବାର କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ଦିଗପହଣ୍ଡି ରାସ୍ତା ଦେଇ ଗଜପତିରୁ କିଛି ଲୋକ ଏକ ବୋଲରୋ ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ଶୁକ୍ରବାର ରାତିରୁ ଇନ୍ସପେକ୍ଟର ହୃଦୟାଚନ୍ଦ୍ର ଏବଂ ତାଙ୍କ ଟିମ୍ ଦିଗପହଣ୍ଡି ରାସ୍ତା ବାଲିପଡା ନିକଟ ଏକ ନିର୍ଜନ ସ୍ଥାନରେ ଛପି ରହିଥିଲେ । ସେହି ରାସ୍ତା ଦେଇ ଏକ ବୋଲରୋ (ନଂ ଓଡି୦୭ ଭି ୬୦୮୦) ଭୋର ସମୟରେ ସେହି ରାସ୍ତା ଦେଇ ଆସିଥିଲା । ପୂର୍ବ ଯୋଜନା ମୁତାବକ ଅବକାରୀ ଟିମ୍ ଉକ୍ତ ଗାଡିକୁ ଅଟକାଇଥିଲେ । ପରେ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଉକ୍ତ ଗାଡିକୁ ଯାଞ୍ଚ କରିବା ବେଳେ ସେଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଯୁବକ ବସିଥିଲେ । ଉକ୍ତ ଗାଡିରେ ଥିବା ପ୍ରାୟ ୪୯ଟି ପ୍ୟାକେଟ୍ ବାହାର କରିଥିଲେ । ଯାଞ୍ଚ ବେଳେ ତାହା ଗଞ୍ଜେଇ ବୋଲି ଜଣାପଡିଥିଲା । ତାହାକୁ ଓଜନ କରିବା ବେଳେ ସମସ୍ତ ଗଞ୍ଜେଇ ମୋଟ ୧୦୦ କିଲୋ ହୋଇଥିଲା । ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

three × five =