ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନୀତି ଆୟୋଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆକାଙ୍ଖୀ ଜିଲ୍ଲା ବଲାଙ୍ଗିର ନିମନ୍ତେ ନୀତି ଆୟୋଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ମହେନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାର ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଭଇଁଷାର ଅଧ୍ୟୟନ କଶ୍ୟପ ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡର ଯଶୋବର୍ଦ୍ଧନ ମାହାକୁଡ ଦ୍ଵିତୀୟ ଓ ସୂର୍ଯ୍ୟକଲ୍ୟାଣ ବାଳିକା ଉଚ୍ଚ ବିଦ୍ୟାଳୟ ଆଗଲପୁରର କ୍ରୀଷ୍ଣା ଅଦାବାଙ୍କ ତୃତୀୟ, ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଝରଣୀର ଅଭିଷେକ ମେହେର ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ମୁରିବାହାଲର ଦେବଯାନୀ ସେଠ ଦ୍ଵିତୀୟ ଓ ଧୃବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁତୁର୍ଲାର ଆନନ୍ଦ ରଣା ତୃତୀୟ, ଜିଲ୍ଲାର ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆୟୁଷୀ ନନ୍ଦ ପ୍ରଥମ, ଏସଏଆଇଇସି ପାଟଣାଗଡର ସୁଜଲ କୁମାର ପଣ୍ଡା ଦ୍ଵିତୀୟ ଏବଂ ଓମ ଭେଲି ବିଦ୍ୟାଳୟ ଟିଟିଲାଗଡର ଅମ୍ରିତା ଶତପଥି ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ସେହିପରି ଜିଲ୍ଲାର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ତହସିଲଦାର ବଲାଙ୍ଗିର ଡ଼. ପୁଷ୍ପାଞ୍ଜଳି ପଣ୍ଡା ପ୍ରଥମ, ବିଡିଓ ବଲାଙ୍ଗିର ପ୍ରୀତମ କୁମାର ତନ୍ତୀ ଦ୍ଵିତୀୟ ଓ ନିର୍ବାହୀ ଅଧିକାରୀ ତୁଷୁରା ଏନଏସି ଲକ୍ଷ୍ମଣ କୁମାର ମୁର୍ମୁ ଏବଂ ତହସିଲ କାର୍ଯ୍ୟାଳୟ ତୁଷୁରାର ବରିଷ୍ଠ ରାଜସ୍ୱ ସହାୟକ ରଶ୍ମିସୀମା ଦଣ୍ଡସେନା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୋନିଆଶ୍ରୀ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆକାଙ୍ଖୀ ଜିଲ୍ଲା ବଲାଙ୍ଗିର ନୋଡାଲ ଅଫିସର ଦିଲୀପ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ସମେତ କୃତି ପ୍ରତିଯୋଗୀମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen + 18 =