om academy

ଷ୍ଟିଫେନ ମଡେଲ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଷ୍ଟିଫେନ ମଡେଲ ସ୍କୁଲଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଦେଖିବାକୁ ମିଳିଥିଲା । ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିବା ବେଳେ ୫୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପିଲାମାନଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବାକୁ ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ ବିଦ୍ୟାଳୟରେ ଆୟୋଜନ କରାଯାଏ । ଏହା ଦ୍ୱାରା ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ବୃଦ୍ଧି ପାଇବ ସହ ନୂଆ ନୂଆ ଜ୍ଞାନ ଆସିଥାଏ ବୋଲି ବିଦ୍ୟାଳୟର ଶିକ୍ଷିକା ତଥା ପ୍ରଦର୍ଶକ ମାନେ କହିଥିଲେ । ଏଥିରେ ବିଚାରକ ଭାବରେ ବିଲ ହନ ସାଗର, ମୟୁଖ ସେନାପତି ଓ ଗୀତାଞ୍ଜଳି ପତ୍ର ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକୁ ନିରୀକ୍ଷଣ କରିଥିଲେ । ଆସନ୍ତା ବାର୍ଷିକ ଉତ୍ସବରେ ଏହି ବିଜ୍ଞାନ ମେଳାର କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରି ପୁରସ୍କୃତ କରାଯିବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.

9 − 4 =