pakka

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ‘କ’ର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କ ଅଧ୍ୟକ୍ଷତାରେ ଶିକ୍ଷୟିତ୍ରୀ ଲୀଳାବତୀ ଚୌଧୁରୀଙ୍କ ଅବସର ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଆର୍‌ପିଏଲ୍ କ୍ଲଷ୍ଟରର ସିଆର୍‌ସିସି ଦୀପକ କୁମାର ସାମଲ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାବିତ୍ରୀ ଦାସ ଓ ବିଦ୍ୟାଳୟ ପରିଚାଳନା କମିଟିର ପ୍ରିୟାଂଶୁ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଚୌଧୁରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାପାତ୍ର, ରେଣୁବାଳା ରାଉତ, ପ୍ରମିଳା ପ୍ରଧାନ, ସନ୍ଧ୍ୟାରାଣୀ ପଟେଲ, କାବେରୀ ଭଞ୍ଜ, ଅମିତା କୁମାରୀ ସାହୁଙ୍କ ସମେତ ବିଦ୍ୟାଳୟର ପାଚିକା ଓ ବହୁ ଅଭିଭାବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶିକ୍ଷୟିତ୍ରୀ ଅମିତା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 − four =