pakka

ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଥିବା ଅଭିଯୋଗ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଦାଦନକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଲଖନା ଥାନା ଅନ୍ତର୍ଗତ ପେଠିଆପାଲି ଗ୍ରାମର କୁମର ରାଉତ(୪୯) ସ୍ତ୍ରୀ ଓ ପିଲାଛୁଆକୁ ଛାଡ଼ି ବ୍ରହ୍ମପୁର ସହରର କେଶପୁର ଗାଁର ଇଟାଭାଟିକୁ କାମ କରିବାକୁ ଯାଇ ୪ ମାସ ହେଲା ଘରକୁ ଫେରି ନାହାନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରେ କୁମର ରାଉତ ସ୍ଥାନୀୟ ଦଲାଲଙ୍କ କଥା ମାନି ବିନା ଅଗ୍ରୀମ ଟଙ୍କାରେ ଅନ୍ୟ ଶ୍ରମିକଙ୍କ ସହ ମିଶି ବ୍ରହ୍ମପୁର ସହରର କେଶପୁର ଗାଁକୁ ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ । କୁମର ମାସେ କାମ କରିବା ପରେ ପଞ୍ଚାୟତ ଭୋଟ ଦେବା ପାଇଁ ଘରକୁ ଆସିଥିଲେ । ଭୋଟ ଦେଇ ପୁଣି କେଶପୁର ଗାଁକୁ କାମ କରିବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ନେଇ ମଧ୍ୟ ଫୋନ ଯୋଗେ ସ୍ତ୍ରୀଙ୍କୁ ଜଣାଇଥିଲେ । କିନ୍ତୁ ଦିନକ ପରେ କୁମର ଶୌଚ ହେବାକୁ ଯାଉଛି କହି ଆଉ ଇଟାଭାଟିକୁ ଫେରିନଥିଲେ । କୁମର ଫେରିବାରେ ବିଳମ୍ବ କରିବାରୁ ତାଙ୍କ ସାଙ୍ଗ ଖୋଜିବା ପାଇଁ ଆଖପାଖ ଗାଁକୁ ଯାଇ ତାଙ୍କୁ ଆଉ ପାଇନଥିଲେ । ଫଳରେ କୁମରଙ୍କ ସ୍ତ୍ରୀଙ୍କୁ ଫୋନ ମାଧ୍ୟମରେ କୁମର ନିଖୋଜ ଥିବା ଜଣାଇଥିଲେ । କୁମର ଘରକୁ ଆସିବେ ବୋଲି ଭାବି ସ୍ତ୍ରୀ ଅପେକ୍ଷା କରିଥିଲେ । ହେଲେ ସେଭଳି ୪ମାସ ବିତିଯାଇଥିବା ବେଳେ କୁମର ଘରକୁ ଫେରିନାହାନ୍ତି ବୋଲି ସ୍ତ୍ରୀ ବାସବାଇ କହିଛନ୍ତି । ଏନେଇ ଦେଢ଼ମାସ ତଳେ ଲଖନା ଥାନାରେ କୁମରଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଥିବା ଇଟାଭାଟି ମାଲିକ କ୍ରିଷ୍ଣା କହିଛନ୍ତି । ଏଭଳି ଲଖନା ପୁଲିସ ଦ୍ୱାରା ତଦନ୍ତରେ ବିଳମ୍ବକୁ ନେଇ ପରିବାରବର୍ଗ ପୁଲିସ ଉପରେ ସନ୍ଦେହ କରିଛନ୍ତି । ଉକ୍ତ ଘଟଣାକୁ କେନ୍ଦ୍ର କରି ଲଖନା ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଫୋନ ମାଧ୍ୟମରେ ଯୋଗଯୋଗ କରିଥିଲେ ହେଁ ସମ୍ପର୍କ ହୋଇପାରିନଥିଲା । ଅନ୍ୟପଟେ କୁମର ରାଉତଙ୍କ ସ୍ତ୍ରୀ ବାସବାଇ ନିଖୋଜ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ପଶାସନକୁ ଗୁହାରି କରିଛନ୍ତି ।

Leave A Reply

Your email address will not be published.

16 + 19 =