pakka

ଜିଲ୍ଲା ପ୍ରଶାସନର ମିଳିତ ଟିମ୍‌ ଯାଞ୍ଚ କଲେ ପେଟ୍ରୋଲ୍ ପମ୍ପ୍

bbehera
  • ଆଜିଠୁ କଡାକଡ଼ି ହେଲା ‘ନୋ ହେଲ୍‌ମେଟ୍ ନୋ ପେଟ୍ରୋଲ’

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ “ନୋ ହେଲମେଟ୍‌ ନୋ ପେଟ୍ରୋଲ”କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାଫ୍ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ସହ ୫,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ପୁନଶ୍ଚ ଜିଲ୍ଲାର ସଡ଼କ ସୁରକ୍ଷାକୁ ବ୍ୟବସ୍ଥିତ କରିବା ସହ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ମୁତାବକ ଗାଡି ଚାଳନାରେ ସାଧାରଣ ସତର୍କତା ଅବଲମ୍ବନ ପୂର୍ବକ ହେଲ୍‌ମେଟ୍‌ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଗାଡ଼ି ଚାଳନା ଲାଇସେନ୍ସ ଓ ଇନସ୍ୱରାନ୍ସକୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ପରାମର୍ଶ କରାଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ୍‌କୁ ଗୁରୁତ୍ୱ ପ୍ରଦାନ ପୂର୍ବକ ଜିଲ୍ଲା ପ୍ରଶାସନ ତରଫରୁ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ତତ୍ୱାବଧାନରେ ପରିବହନ ବିଭାଗର କର୍ମକର୍ତ୍ତା, ଏସ୍‌ଡିପିଓ, ସୋନପୁର ପୁଷ୍ପାଞ୍ଜଳି ନିଙ୍ଗୀଙ୍କ ସମେତ ପୋଲିସ ବିଭାଗର କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ମିଳିତ ଟିମ୍‌ ନିଷ୍ପତିର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ସହ ପେଟ୍ରୋଲ ପମ୍ପ ମାଲିକ/ମ୍ୟାନେଜରଙ୍କୁ ଉପରୋକ୍ତ ନିଷ୍ପତ୍ତିକୁ କଡାକଡି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି । ଆଜିଠାରୁ ଏହାକୁ କଠୋର ଓ କଡାକଡି କରିବା ଆଭିମୁଖ୍ୟରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପକୁ ଅଚାନକ ଯାଞ୍ଚ କରାଯିବ ତେଣୁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ/ମ୍ୟାନେଜର ନିଜ ନିଜର ତେଲ ଟ୍ୟାଙ୍କ ପରିସରରେ ଆବଶ୍ୟକ ସଚେତନତା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଗକୁ “ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ”କୁ ସୁନିଶ୍ଚିତ ଓ କଡାକଡି କରିବା ନିମନ୍ତେ ପରିବହନ ବିଭାଗ ଓ ପୋଲିସ ବିଭାଗର ମିଳିତ ଯାଞ୍ଚ ଜିଲ୍ଲାର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ କରାଯିବା ସହିତ ଅମାନିଆଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

3 × 3 =