csstore

ପ୍ରଧାନ ଶିକ୍ଷକ ପ୍ରମୋଦ ମିଶ୍ରଙ୍କ ବିଦାୟ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ନୀଲେଶ୍ଵର ୟୁ.ଜି.ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘କଳାମାଣିକ’ର ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ରଙ୍କ ବହୁମୁଖୀ ବ୍ୟକ୍ତିତ୍ଵ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ପ୍ରଦୀପ ଶତପଥି, ଦେବରାଜ ହୋତା, ସଞ୍ଜିବ ପଣ୍ଡା, ମନୋଜ ଦାସ, ବବଲୁ ଶତପଥୀ, ପରିଚାଳନା କମିଟି ସଦସ୍ୟମାନଙ୍କ ମଧ୍ୟରୁ ମଛ୍ଛିନ୍ଦ୍ର ସାହୁ, ଅଯୋଧ୍ୟା ସାହୁ, ଗଙ୍ଗାଧର ସାହୁ, ତେଜରାଜ ହୋତା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସତ୍ୟବତୀ, ସସ୍ମିତା, ଇନ୍ଦ୍ରଦ୍ୟୁମ୍ନ, ଶୁଭ, ତପନ, ବୈଷ୍ଣବ, ସୁରଥ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନେ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ମିଶ୍ର ୨୦୦୬ ମସିହାରୁ ଉକ୍ତ ବିଦ୍ୟାଳୟରେ ଯୋଗଦାନ କରି ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟ ସହ ସଂପୃକ୍ତ ରହି ଛାତ୍ରଛାତ୍ରୀ, ସହକର୍ମୀ ଓ ଗ୍ରାମବାସୀଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ ।

jayashree
Leave A Reply

Your email address will not be published.