csstore

ପ୍ରଧାନ ଶିକ୍ଷକ ନୀଳମଣି ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ କନସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳମଣି ସ୍ୱାଇଁଙ୍କୁ ଆଜି ତାଙ୍କ ଚାକିରିରୁ ଅବସର ଗ୍ରହଣ କରିଥିବା ଯୋଗୁଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ୍ ଶିକ୍ଷା ଅଧିକାରୀ କାଳୀଚରଣ ଦୂବେ, ସହ ଶିକ୍ଷା ଅଧିକାରୀ ବିପିନ ବିହାରୀ ମିଶ୍ର, ସିଆର୍‌ସି କନସିଂହା କ୍ଲଷ୍ଟର ସୁଦାମ ଚରଣ ବିଶି, ସରପଞ୍ଚ ଟଙ୍କମଣି ସ୍ୱାଇଁ, ସ୍କୁଲ ଚେୟାରମେନ ବୃନ୍ଦାବନ ଦାସ, ମୋ ସ୍କୁଲ ଅଭିଯାନ ସଭାପତି ସୁଶାନ୍ତ କୁମାର ବଢେଇ, ନୂତନ ରୂପେ ଦାୟିତ୍ଵ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଲକ୍ଷପତି ସ୍ୱାଇଁ, ସହକାରୀ ଶିକ୍ଷକ ଟିକେଲାଲ ସାହୁ ମଞ୍ଚାସୀନ ରହି ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସହିତ ଅଭିଭାବକ ଓ ଗ୍ରାମର ଭଦ୍ର ବ୍ୟକ୍ତି ଗଣ ଯୋଗ ଦେଇଥିଲେ । ସଭା ଶେଷରେ ନୀଳମଣି ସ୍ୱାଇଁଙ୍କୁ ସମ୍ମାନିତ କରିବା ସହିତ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ସ୍କୁଲରେ ପାଠ ପଢି ଏହି ସ୍କୁଲରୁ ଅବସର ଗ୍ରହଣ କରିଥିବାରୁ ମୁଁ ଗର୍ବିତ ବୋଲି ନିଳମଣି ସ୍ୱାଇଁ ନିଜର ପ୍ରତିକ୍ରିୟା ରଖିଥିଲେ ।

jayashree
Leave A Reply

Your email address will not be published.