csstore

ଚତୁର୍ଥ ଦିନରେ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ବରଡୋଲ ଗ୍ରାମରେ ପାଞ୍ଚଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଆଜି ବୁଧବାର ଦିନ ଚତୁର୍ଥ ଦିବସରେ କାର୍ତ୍ତିକ, ଗଣେଶ ତଥା ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ନାନ ପ୍ରତିଷ୍ଠା କର୍ମ ତଥା ନ୍ୟାସ ରୀତିନୀତିରେ ଉପଚାର ତଥା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ଦିଗ୍‌ବିଜୟ ତଥା ସଂକୀର୍ଡା ନାଟ୍ୟ ପରିଷଦ ଦ୍ୱାରା ନାଟକ ପରିବେଷଣ କରାଯାଇଛି । ତେବେ ଆସନ୍ତା କାଲି ଗୁରୁବାର ଦିନ ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହେବ ।

jayashree
Leave A Reply

Your email address will not be published.