csstore

ଚିତ୍ରଶିଳ୍ପୀ ପାୟଲ ନାଗଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌ ପାଳନ ଅବସରରେ ଅସହାୟ ଶିଶୁ ଚିତ୍ରଶିଳ୍ପୀ ପାୟଲ ନାଗ ଯାହାଙ୍କୁ ବଲାଙ୍ଗିର ଦିନ୍‌ ଅବସରରେ ତାଙ୍କ ଚିତ୍ରାଙ୍କନ ପାଇଁ ପୁରସ୍କୃତ କରାଯାଇଥିଲା । ସେହି ସ୍ଥାନରେ ପାୟଲ ନାଗଙ୍କ ପ୍ରତିଭା ବିଷୟରେ ଶୁଣି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପ୍ରଭାବିତ ହୋଇ ଆଜି ସକାଳୁ ପାର୍ବତୀଗିରି ଆଶ୍ରମ ଯାଇ ପାୟଲଙ୍କ ସହିତ କିଛି ସମୟ ବିତାଇ ତାଙ୍କ ଚିତ୍ରାଙ୍କନ ତଥା ଚିତ୍ର ଆଙ୍କିବା ଦେଖି ଖୁସି ପ୍ରକଟ କରି ପାୟଲଙ୍କ ପାଇଁ ଚିତ୍ର ଆଙ୍କିବା ନିମନ୍ତେ ଚିତ୍ରାଙ୍କନ ସେଟ୍ ପ୍ରଦାନ କରି ତାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଥିଲେ । ଏହି ଅବସରରେ କାଉନସିଲର ନନ୍ଦିନୀ ପୋଢ, ଶତୃଘ୍ନ ବାଗ, ଗଙ୍ଗାଧର ଚାନ୍ଦ ଓ ସଚିନ ନନ୍ଦ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.