pakka

ବ୍ଲକ ସ୍ତରୀୟ ତୃତୀୟ ଶ୍ରେଣୀ ମେରିଟ୍‌ ସ୍କୋଲାର୍‌ସିପ୍‌ରେ ବିଦ୍ୟାଭାରତୀ ଶିଶୁ ସୃଜନିକା ବିଦ୍ୟାଳୟର ସଫଳତା : ୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ସ୍ତରୀୟ ତୃତୀୟ ଶ୍ରେଣୀ ମେରିଟ୍‌ ସ୍କୋଲାର୍‌ସିପ୍‌ରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ବିଦ୍ୟାଭାରତୀ ଶିଶୁ ସୃଜନିକା ବିଦ୍ୟାଳୟ ସଫଳତା ହାସଲ କରିଥିବା ବେଳେ ବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଥିବା ସୂଚନାରେ କୁହାଯାଇଛି । ତେବେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ କୁମାରୀ ସ୍ନେହା ବେହେରା ଦ୍ୱିତୀୟ ସ୍ଥାନ ହାସଲ୍‌ କରିଥିବା ବେଳେ ଛାତ୍ର ସ୍ୱପିଳ ଭୁଏ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ଯୋଗୁଁ ବିଦ୍ୟାଳୟରେ ଆନନ୍ଦର ବାତାବରଣ ଦେଖାଦେଇଛି । ବିଦ୍ୟାଳୟର ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଦେବସ୍ମିତା ବେହେରା ଏବଂ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିମା ହୋତା କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

three × five =