pakka

ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ କାର୍ଯ୍ୟକାରିଣୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସର୍ବ ପ୍ରଥମେ ଓଁକାର ଧ୍ୱନୀ ସହ ଶ୍ରୀମଦ୍‌ ଭଗବତ ଗୀତା ପାଠ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଆସନ୍ତା ମାର୍ଚ୍ଚ ୨୨/୦୩/୨୦୨୩ରେ ହେବାକୁ ଥିବା ହିନ୍ଦୁ ନବବର୍ଷ ପାଳନ ପାଇଁ ସମସ୍ତ ସଭ୍ୟଙ୍କୁ ରାମ ମନ୍ଦିରଠାରେ ସହଯୋଗ କରିବା ପାଇଁ ଅନୁରୋଧ କରାଗଲା । ଆଗାମୀ ବୈଶାଖ ମାସରେ ୭ ଜଣ ବ୍ରାହ୍ମଣ ବାଳକଙ୍କୁ ନିଃଶୁକ୍ଲ ବ୍ରତୋପନୟନ କରିବା ପାଇଁ ସ୍ଥିର କରାଗଲା । କାର୍ଯକର୍ତ୍ତାମାନେ ନୃସିଂହ ମନ୍ଦିର ମହନ୍ତ ବ୍ରଜ ମୋହନ ଶରଣଦେବଙ୍କ ସହିତ ଆଲୋଚନା କରି ଦିନ ଧାର୍ଯ୍ୟ କରିବା ପାଇଁ ସ୍ଥିର ହେଲା । ଶେଷରେ ଉପ-ସଭାପତି ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଦେବା ପରେ ସଭା କାର୍ଯ୍ୟ ସାଙ୍ଗ କରାଗଲା । ଆଲୋଚନାରେ ଉପଦେଷ୍ଟା ନୀଳମଣି ମିଶ୍ର, ପଣ୍ଡିତ ଗିରିଧାରୀ ଶତପଥି, ମଦନ ମୋହନ ରଥ, ରତ୍ନମୟ ତ୍ରିପାଠୀ, ଶୁଭେନ୍ଦ୍ର ନେପାକ, ପର୍ଶୁରାମ ନାୟକ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ବାଳକୃଷ୍ଣ ଷଡଙ୍ଗୀ, ରଘୁନାଥ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

9 − 5 =