pakka

ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମର ବିଳାସିନୀ ସାହୁ(୬୫) ଅନେକ ଥର ପ୍ରଶାସନ ନିକଟରେ ଆବେଦନ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରୁନାହିଁ । ବିଳାସିନୀ ସାହୁ ଜଣେ ଗରିବ ଶ୍ରେଣୀର ବୃଦ୍ଧା ଅଟନ୍ତି । ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି ।

pp
Leave A Reply

Your email address will not be published.

one × 5 =