pakka

ମାହେଶ୍ୱରୀ ସଂଗଠନକୁ ପ୍ରକୃତି ମିତ୍ର ପୁରସ୍କାର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଗଠନକୁ ଏକ ମାନପତ୍ର ସହ ୨୦ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ୨୦୨୨ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଭବ୍ୟ ସମାରୋହରେ ଅନୁଷ୍ଠାନ ତରଫରୁ ଯୁବ ସ୍ୱେଚ୍ଛାସେବୀ ଅଙ୍କୁଶ ପାଣ୍ଡିଆ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଚିଲିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଶାନ୍ତ ନନ୍ଦ, ଡ.ରାଜିବ କୁମାର ନିର୍ଦ୍ଦେଶକ ସେଣ୍ଟର ଫର୍‌ ଏନ୍‌ଭାର୍‌ମେଣ୍ଟ ଷ୍ଟଡିଜଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.

4 × three =