pakka

ବ୍ରାହ୍ମଣଡିହିରେ ୧୫ତମ ଶୀତଳ ଷଷ୍ଠୀ ପାଳିତ

  • ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୨୫ ଜଣଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ବ୍ରାହ୍ମଣଡିହି ଗ୍ରାମରେ ୧୫ତମ ଶୀତଳ ଷଷ୍ଠୀ ମହା ସମାରୋହରେ ପାଳିତ ହୋଇଯାଇଛି । କନ୍ୟା ପିତା ମାତା ଭାବରେ ହେମନ୍ତ ପାତ୍ର ସପତ୍ନିକ କାର୍ଯ୍ୟନିର୍ବାହ କରଥିବା ବେଳେ ବର ପିତା ମାତା ଭାବରେ ସୁରଥ କମୁରିଆ କାର୍ଯ୍ୟନିର୍ବାହ କରିଥିଲେ । ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ଜିଲ୍ଲା ପରିଷଦ ମକରଧ୍ୱଜ ବଗାର, ମଣ୍ଡଳ ସଭାପତି କେତନ ମେହେର ପ୍ରମୁଖ ଯୋଗଦେଇ ବାବା ମହାଦେବଙ୍କ ବରଯାତ୍ରୀରେ ସାମିଲ ହୋଇ କନ୍ୟା ଘରକୁ ଯାଇଥିଲେ ।

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୨୫ ଜଣ ଚାଷୀ, କଳାକାର, ସମାଜସେବୀଙ୍କୁ ସମ୍ମାନୀତ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ନନ୍ଦ କିଶୋର ଯୋଶୀ, ପ୍ରାନ୍ତ ସଂପାଦକ ଭକ୍ତ ଚରଣ ସାହୁ, ପୃଥିରାଜ ସାହୁ, ଭାଷ୍କର ଦାଶ ପ୍ରମୁଖ ସମ୍ବର୍ଦ୍ଧନା ସଭାରେ ମଂଚାସୀନ ଥିଲେ । ହରେକୃଷ୍ଣ ମେହେର, କଂସର ପଂଚାୟତ ଆନନ୍ଦ ବେହେରା, ପ୍ରଦୀପ ମେହେର, ବିନୋଦ ବୈକାର ପ୍ରମୁଖ ଅତିଥି ଭାବେ ମଚାଂସୀନ ଥିଲେ । ପ୍ରମୋଦ ମେହେର, ପ୍ରକାଶ, ଚିତ୍ତ, ଗାନ୍ଧୀ, ମନ, ଯୋଗେଶ, ସୁଶିଳ ପ୍ରମୁଖ ସହଯୋଗ କରିଥିଲେ । ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − seven =