pakka

ସାରସ୍ୱତ ସାଧକ ପ୍ରେମାନନ୍ଦ ବେହେରାଙ୍କ ବିୟୋଗରେ ଶୋକ

bbehera

କଟକ : କଟକ ସଦର ବୟାଳିଶମୌଜା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ କଳାକାର ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ, ସୁଲେଖକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ବରାଳ ମା’ନାରାୟଣୀ କାଳୀପୂଜା କମିଟି, ବରାଳ ମା’ନାରାୟଣୀ ଡ୍ରାମାଟିକ କ୍ଲବ, ବିଷ୍ଣୁପ୍ରିୟା ଚେରି ଟେବୁଲ ଟ୍ରଷ୍ଟ-ଓଡ଼ିଶା, ସରସ୍ୱତୀ କଳା ପରିଷଦ କନ୍ଦରପୁର, ଉତ୍କଳ ବିକାଶ ପରିଷଦ କଟକ ସଦର, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା, ନେତାଜୀ ସୁବାଷ ସ୍ମୃତି ପରିଷଦ ବରାଳ, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ତଥା ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତ ପ୍ରେମାନନ୍ଦ ବେହେରା ବରାଳ ଗ୍ରାମର ନାଟ୍ୟ ଜଗତକୁ ସୁଦୂର ପ୍ରସାରୀ କରାଇବା, କଳାକାର ସୃଷ୍ଟି କରିବାସହ ସଦର ଅଞ୍ଚଳର ବହୁ ସାଂସ୍କୃତିକ ସଂଗଠନ ଏବଂ ରାମଲୀଳା ସମିତିର ଉପଦେଷ୍ଟା ଭାବେ କାର୍ଯ୍ୟ କରି କଳା, ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରିରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

jay balangir
Leave A Reply

Your email address will not be published.

7 − three =

error: Content is protected !!