ଦରଦାମ ବୃଦ୍ଧି ବିରୁଦ୍ଧରେ ହିନ୍ଦ୍‌ ମଜ୍‌ଦୁର ସଭା ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଆଜି ହିନ୍ଦ ମଜଦୁର ସଭା, ରାଜ୍ୟ କମିଟି ନିଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଭିନ୍ନ ଦାବୀ ନେଇ ବିକ୍ଷେଭ କରାଯାଇଛି । ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ତଥା ହିନ୍ଦ ମଜଦୁର ସଭା, ରାଜ୍ୟ ସଂପାଦକ ରାଜେନ୍ଦ୍ର ଦାଶଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ଦାବୀ ଯଥା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି, ବିଜୁଳି କମ୍ପାନି ମାନଙ୍କର ଲୁଟ୍‌ ଯୋଜନା, ଶ୍ରମ ଓ କୃଷି ଆଇନର ପରିବର୍ତ୍ତନ ବିରୁଦ୍ଧରେ ବିକ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ରବି ରଥ, ସିମାଞ୍ଚଳ ନାୟକ, ମାମଡା ନାୟକ, ଳାଳୁ ନାୟକ, ସତ୍ୟ ତ୍ରିପାଠୀ, ରଶ୍ମତା ଜେନା, ନିର୍ମଳା ଜେନା, ସଞ୍ଜୟ ପରିଡା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଅଜିତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 + 9 =