pakka

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ତିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀ ଅର୍ଥ ଓ ଅବକାରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଆଜିର ବୈଠକରେ ବିଶେଷ ଭାବେ ପଞ୍ଚଦଶ ଅର୍ଥ କମିଶନ ଅନାବଦ୍ଧ ପାଣ୍ଠିରୁ ଆବଣ୍ଟିତ ପ୍ରକଳ୍ପ ଗୁଡିକର ୨୦୨୧-୨୨ ବର୍ଷ ନିମନ୍ତେ ସଂଶୋଧିତ ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି । ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳକୁ ସମସ୍ତଙ୍କୁ ଉପଲବ୍ଧ ସହ ସୁବ୍ୟବସ୍ଥିତ ଓ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ଜିଲ୍ଲାରେ ସାମାଜିକ ବନୀକରଣ, ପଥପାର୍ଶ୍ୱ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ କରିବା ନିମନ୍ତେ ବୈଠକରେ ସଦସ୍ୟ ସଦସ୍ୟା ଗୁରୁତ୍ୱାରୋପ କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା, ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀତା ଓ ଅନ୍ୟାନ୍ୟ ଯୋଜନା ଉପର ସମୀକ୍ଷା ହୋଇଥିଲା । ଶେଷରେ ପିଡ଼ିଡ଼ି ଆରଡିଏ ଶ୍ରୀଯୁକ୍ତ ଡୋଳାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 2 =

error: Content is protected !!