ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭା କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଅର୍ଥ ଓ ଅବକାରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଜିଲାଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ତିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ, ଦିଶା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଜିଲାପାଳ ଶ୍ରୀମତୀ ନରୱଣେ ସ୍ୱାଗତ ବକ୍ତବ୍ୟ ରଖି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଏମପି ଶ୍ରୀମତୀ ସିଂଦେଓ ଗୁରୁତ୍ୱରୋପ କରିଥିଲେ । କେନ୍ଦ୍ରୀୟ ଯୋଜନାରେ ଆବଣ୍ଟିତ ପାଣ୍ଠି ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ସଠିକ୍ କାର୍ଯ୍ୟକାରିତା ଓ ଉପଯୁକ୍ତ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଓ ପୋଲ ନିର୍ମାଣ ଉପରେ ସମୀକ୍ଷା କରାଯାଇ କାର୍ଯ୍ୟର ଗୁଣାତ୍ମକ ମାନ ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଗୁରୁତ୍ୱାରୋପ କରିଛନ୍ତି । ଜାତୀୟ ସାମାଜିକ ସହାୟତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ), ନିର୍ମାଣ ଶ୍ରମିକ ଯୋଜନା, ଖୋର୍ଦ୍ଧା ବଲାଙ୍ଗିର ରେଲୱେ ପ୍ରକଳ୍ପର ଅଗ୍ରଗତି, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଉଦ୍ୟାନ ମିଶନ ଓ ଅନ୍ୟାନ୍ୟ ଯୋଜନା ଉପର ସମୀକ୍ଷା ହୋଇଥିଲା । ଶେଷରେ ତିଆରଡିଏ ପିଡି ଡୋଳାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 + 1 =