jayashree

କାଳବୈଶାଖୀର ପ୍ରଭାବ : ଅନ୍ଧାରରେ ଚାରି ଗାଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସନ୍ଧ୍ୟାରେ ପ୍ରବଳ ଘଡଘଡି ସହ ବର୍ଷା ସାଙ୍ଗକୁ କାଳବୈଶାଖୀରେ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମ କ୍ଷତି ଗ୍ରସ୍ତ ହୋଇଛି । ଏହି କାଳ ବୈଶାଖୀ ପ୍ରଭାବରେ ସାନ ବଡ଼ ଗଛ ସବୁ ଟଳି ପଡ଼ିଥିବା ବେଳେ ବିଦ୍ୟୁତ ତାର ସବୁ ଛିଣ୍ଡି ପଡ଼ିଥିବା ବେଳେ କିଛି ବିଦ୍ୟୁତ ଖୁଣ୍ଟ ଓଲଟି ପଡିଛି । ଯାହା ଦ୍ୱାରା ଉକ୍ତ ପଞ୍ଚାୟତର ଖଟୁଆକୁଦା, ପୋଡ଼ମ ପେଟା, କଣ୍ଟିଆ ଗଡ଼ ଓ ଗୋଖର କୁଦା ଆଦି ଚାରି ଗାଁ ଅନ୍ଧାରରେ ଥିବା ଜଣାପଡିଛି । ଏହାର ପ୍ରଭାବରେ ନୀଳାଦ୍ରି ପୁର ଗ୍ରାମରେ ମଧ୍ୟ ବିଦ୍ୟୁତ ବିଛିନ୍ନ ହୋଇଥିଲା କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ଯୁଦ୍ଧ କାଳୀନ ଭିତ୍ତିରେ ସଜଡା ଯାଇଥିଲେ ମଧ୍ୟ ଅନ୍ୟ ଗ୍ରାମ ଗୁଡିକକୁ ବିଦ୍ୟୁତ ନଆସିବା ଯୋଗୁଁ ଘୋର ଅସନ୍ତୋଷ ଦେଖାଦେଇଛି । ପ୍ରବଳ ଗୁଳୁଗୁଳି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ବିଦ୍ୟୁତ ବିଭାଗର ସେଭଳି ତତ୍ପରତା ନଥିବା ଖଟୁଆ କୁଦା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଛୋଟ ଛୁଆମାନେ ଡହକ ବିକଳ ହେଉଥିବା ସେମାନେ ଅଭିଯୋଗ କରୁଛନ୍ତି । ଆସନ୍ତା କାଲି ମଧ୍ୟରେ ବିଦ୍ୟୁତ ସଂଯୋଗ ନହେଲେ ଆନ୍ଦୋଳନ କରାଯିବ ବୋଲି ଗୋଖର କୁଦା ଗ୍ରାମବାସୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.