csstore

ପୋକ୍ସୋ ଅଧିନିୟମ ଅନୁସାରେ ମିଳୁଥିବା ପୀଡିତା ସହାୟତା ରାଶି ସମ୍ବନ୍ଧରେ ଆଇନ ସହାୟତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋକ୍ସୋ ଅଧିନିୟମ ଅନୁସାରେ ମିଳୁଥିବା ପୀଡିତା ସହାୟତା ରାଶି ସମ୍ବନ୍ଧରେ ଆଇନ ସହାୟତା ଶିବିର ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ନ୍ଦେଶ ଅନୁସାରେ ବଲାଙ୍ଗିର ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟଠାରେ ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋକ୍ସୋ ଅଧିନିୟମ ଅନୁସାରେ ମିଳୁଥିବା ପୀଡିତା ସହାୟତା ରାଶି ସହିତ ମହିଳା ପୀଡିତା ଓ ଅନ୍ୟାନ୍ୟ ଅପରାଧର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଏନ୍‌ଏଏଲ୍‌ଏସ୍‌ଏର ଯୋଜନା ୨୦୧୮ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ବକ୍ତାରୂପେ ସ୍ୱତନ୍ତ୍ର ବିଚାରପତି, ପୋକ୍ସୋ କୋର୍ଟ, ବଲାଙ୍ଗିର ପ୍ରଶାନ୍ତ କୁମାର ନାୟକ ଅତ୍ୟନ୍ତ ସାବଲିଳ ଭାବେ ପୋକ୍ସୋ ଅଧିନିୟମ ସଂପର୍କରେ ଏବଂ ଏହାଦ୍ୱାରା ପୀଡିତ ହୋଇଥିବା ପୀଡିତାମାନଙ୍କ ଉପଲକ୍ଷେ ନ୍ୟାୟାଳୟ ଦ୍ୱାରା ପ୍ରକାଶିତ ରାୟ ମାଧ୍ୟମରେ ପୀଡିତା ମାନେ କି କି ସୁବିଧା ପାଇପାରିବେ ବୁଝାଇ କହିଥିଲେ । ଏହା ପରେ ପ୍ରାଧିକରଣର ସଚିବ ଶ୍ରୀ ପାତ୍ର ପ୍ରାଧିକରଣ ଦ୍ୱାରା କେଉଁ ପ୍ରକାର ମାଗଣା ଆଇନ ସହାୟତା ଯୋଗାଇ ଦିଆଯାଉଛି । ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏହି ଶିବିରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗନେବା ସହ କର୍ମଚାରୀମାନେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.