ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରଛକ ଠାରୁ ଥାଲବନ୍ଧ ଦେଇ ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼କୁ ସଂଯୋଗ କରୁଥିବା ପ୍ରାୟ ୫ କିମି ଲମ୍ବର ଏହି ରାସ୍ତା ଅତି ଶୋଚନୀୟ ହୋଇପଡିଥିଲା । ଦୀର୍ଘ ୩ମାସ ପରେ ଏହି ରାସ୍ତା ମରାମତି କାମ ଶେଷ ହୋଇଛି ।
ସୂଚନାଯୋଗ୍ୟ ଯେ, ଏହି ରାସ୍ତା ଉପରେ ଥାଲବନ୍ଧ, ଭୀମଡୁଙ୍ଗୁରି, ବନ୍ଧପାଲି, କୁଡ଼ାପାଲି ଗାଁର ହଜାର ହଜାର ଲୋକ ନିର୍ଭର କରିଥାନ୍ତି । ବଲାଙ୍ଗିର ଯିବା ସହ ଦେଓଗାଁ ବ୍ଲକ ଅଫିସ୍, ଉପରଝର ସାପ୍ତାହିକ ବଜାର ଯିବା ପାଇଁ ଅଞ୍ଚଳବାସୀ ଏହି ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି ।