ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୂତନ ଭାବେ ୬୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ସ୍ଥାନୀୟ ସରପଞ୍ଚ ହିମାଂଚଳ ବୁଡେକ, ସମିତି ସଭ୍ୟ ସୁବାସ ଚନ୍ଦ୍ର ବୁଡେକ, କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଭତ୍ତା ପ୍ରଦାନ କରାଯାଇଥିଲା ।