ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ପରଧିଆପାଲିର ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ପରଧିଆପାଲି ଗ୍ରାମର ୪୭ ଜଣ ବିସ୍ଥାପିତଙ୍କୁ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀ ନିମନ୍ତେ ଘରଡିହ ପଟ୍ଟା ବଂଟନ କରାଯାଇଛି । ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଂଚଳ ରାଣା ଉପସ୍ଥିତ ରହି ୪୭ ଜଣ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଟନ କରିଛନ୍ତି । ଏହି ପଟ୍ଟା ବଂଟନ କାର୍ୟ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ନିରଂଜନ ରାଉତ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ପୁନର୍ବାସ ଓ ଥଇଥାନ ନିର୍ବାହୀ ଯନ୍ତ୍ରୀ ନିର୍ବିଘ୍ନ ଭୋଇଙ୍କ ସମେତ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପନରେ ସହଯୋଗ କରିଥିବାରୁ ବିସ୍ଥାପିତ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଅର୍ପଣ କରିବା ସହ ପୁନର୍ବାସ ଓ ଥଇଥାନ କଲୋନୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ମୌଳିକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ବିସ୍ଥାପିତ ଗ୍ରାମର ଗ୍ରାମବାସୀଙ୍କୁ ସହଯୋଗ ନିମନ୍ତେ ଧନ୍ୟବାଦ ଦେବା ସହ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

5 + three =