
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଟୁପାଉଡାର ଖେଳପଡିଆରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ୨୮ନଂ ଜୋନ୍ ମଣ୍ଡଳ ସଭାପତି ପ୍ରଦୀପ ବଛା, ସମ୍ମାନିତ ଟୁପାଉଡାର ସରପଞ୍ଚ ଅର୍ଣ୍ଣ ବାଗ, ଲେବଡା ସିଆର୍ସିସି ପଦ୍ମଲୋଚନ ତାଣ୍ଡି, ଲେବଡା ଅଧ୍ୟକ୍ଷ ଦୁତିବାହନ ମୁନା, ପରିଚାଳନା କମିଟି ସଭାପତି ନିଶିକାନ୍ତ ଦୀପ, ବଡ଼ଉଡାର ସ୍କୁଲ ପ୍ରଧାନ ଶିକ୍ଷକ ଅନିଲ ବେହେରା, ଟୁପାଉଡାର ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ମହାଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମାକ୍ରିପଡା ସ୍କୁଲର ପ୍ରଧାନଶିକ୍ଷକ ସୁନୀଲ କୁମାର ଅଗସ୍ତି ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।