ପଲ୍ଲୀ କବି ଭଟଙ୍ଗ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ପଲ୍ଲୀ କବି ଭଟଙ୍ଗ ସାହୁ (୭୨)ଙ୍କ ଆଜି ପରଲୋକ ହୋଇଯାଇଛି । ଆଜକୁ ନଅ ଦିନ ତଳେ ତାଙ୍କର ସ୍ତ୍ରୀଙ୍କର ମଧ୍ୟ ପରଲୋକ ହୋଇଥିଲା । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ପଲ୍ଲୀ କବି ସ୍ୱର୍ଗତ ସାହୁ ଗାଇସିଲେଟ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ । ତାଙ୍କର ତିନୋଟି ପୁଅ, ପୁତ୍ରବଧୂ, ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ତାଙ୍କର ପ୍ରାର୍ଥବ ଶରୀରକୁ ତାଲପାଲି ଗ୍ରାମରେ ପରିକ୍ରମା କରାଇ ଅଙ୍ଗନଦୀର ଶ୍ମଶାନକୁ ନିଆ ଯାଇଥିଲା । ହିନ୍ଦୁ ଧର୍ମର ନୀତି ଅନୁସାରେ ତାଙ୍କର ବଡ ପୁଅ ମୁଖାଗ୍ନି ଦେଇ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.