pakka

ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସଦର ମହକୁମାଠାରେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବର ପ୍ରଥମ ଦିବସରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ ସମ୍ମାନିତ ଅତିଥି ରୂପେ ଅଗ୍ନିଶମ ଅଧିକାରୀ ଚୂଡ଼ାମଣି ପିଙ୍ଗ, ବନପାଳ ଘସିରାମ ଦୀକ୍ଷିତ, ସୁଧିର କୁମାର ଜେନା ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ସପ୍ତାହ ଉପରେ ଆଲୋକପାତ କରିଥିଲେ । ପରେ କାର୍ଯ୍ୟାଳୟ ପଛପଟ ପଡ଼ିଆ ଏବଂ ରାସ୍ତା କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆମ ଜଙ୍ଗଲ ଯୋଜନା ଟିମ୍‌ ଲିଡ଼ର ସଂଜୀବ ପଣ୍ଡା, ବନରକ୍ଷୀ ମହେନ୍ଦ୍ର କାଲସାଏ, ପଦ୍ମା ମୁଣ୍ଡା ସମେତ ବନ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × two =