pakka

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ ଅନ୍ତର୍ଗତ ସରକାର ୭ ସାମ୍ବାଦିକ ଓ ୩୫ ଜଣ ସାମ୍ବାଦିକଙ୍କ ପରିବାର ପାଇଁ ସହାୟତା ମଞ୍ଜୁର କରିଛନ୍ତି

  • କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର ସରକାରୀ ସହାୟତା ପାଇବେ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହା ଅନ୍ତର୍ଗତ ଜୀବନ ହରାଇଥିବା ୩୫ ଜଣ ସାମ୍ବାଦିକ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ୧୬ ଜଣ ସାମ୍ବାଦିକଙ୍କ ପରିବାର ଯେଉଁମାନେ କୋଭିଡ-୧୯ ହେତୁ ଜୀବନ ହରାଇଛନ୍ତି । ଏହି ସହାୟତା ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ) ଅନ୍ତର୍ଗତ ପ୍ରଦାନ କରାଯିବ । ଏହି ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସହାୟତା ପ୍ରଦାନ କରାଯିବ ।
ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମତାରେ ପୀଡ଼ିତ ଥିବା ଦୁଇ ଜଣ ସାମ୍ବାଦିକଙ୍କୁ ଓ ଗୁରୁତର ରୋଗରେ ପୀଡ଼ିତ ଥିବା ପାଞ୍ଚ ଜଣ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିଶ୍ କରିଛନ୍ତି । ଏହି ମିଟିଂରେ କମିଟି ସମୁଦାୟ ଟ.୧.୮୧ କୋଟିର ସହାୟତା ମଞ୍ଜୁର କରିଛନ୍ତି ।
ଏପର୍ୟ୍ୟନ୍ତ କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୨୩ ଜଣ ସାମ୍ବାଦିକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଚଳିତ ମିଟିଂର ବର୍ତ୍ତମାନର ମଞ୍ଜୁର ସହିତ, ସମୁଦାୟ ୧୩୯ ପରିବାରକୁ ସହାୟତା ପ୍ରଦାନ କରାଯାଇଛି ।
ଏହି ସ୍କିମ୍ ଅନ୍ତର୍ଗତ ସମ୍ବାଦିକଙ୍କ ପରିବାରକୁ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ସ୍ଥାୟୀ ଅକ୍ଷମତା, ଗୁରୁତର ଦୁର୍ଘଟଣା ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଗତ ଆର୍ଥିକ ବର୍ଷରେ, ବିଭିନ୍ନ ବର୍ଗରେ ୧୩୪ ଜଣ ସାମ୍ବାଦିକ ଓ ତାଙ୍କର ପରିବାରକୁ ୬.୪୭ କୋଟିର ସହାୟତା ପ୍ରଦାନ କରାଯାଇଥିଲା ।
ଏହି ଜେଡବ୍ଲୁଏସ କମିଟି ମିଟିଂରେ ଶ୍ରୀ ଜୟଦୀପ ଭଟ୍ଟନାଗର, ପ୍ରମୁଖ ମହାନିର୍ଦ୍ଦେଶକ, ପିଆଇବି, ବିକ୍ରମ ସହାୟ, ଯୁଗ୍ମ ସଚିବ ଏବଂ କମିଟିର ସମ୍ବାଦିକମାନଙ୍କ ପ୍ରତିନିଧି ସନ୍ତୋଷ ଠାକୁର, ଶ୍ରୀ ଅମିତ କୁମାର, ଉମେଶ୍ବର କୁମାର, ଶ୍ରୀମତୀ ସର୍ଜନା ଶର୍ମା, ରାଜକିଶୋର ତିୱାରୀ ଓ ଗଣେଶ ବିଷ୍ଟ ଉପସ୍ଥିତ ଥିଲେ ।
ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ୍) ଅନ୍ତର୍ଗତ ସମ୍ବାଦିକ ଓ ତାଙ୍କର ପରିବାର ସହାୟତା ପାଇଁ ପିଆଇବି ର ୱେବସାଇଟ୍ https://accreditation.pib.gov.in/jws/default.aspxରେ ଆବେଦନ କରିପାରିବେ।

Leave A Reply

Your email address will not be published.

two × two =