
- ରୋଟାରି ୨୦୨୬-୨୭ ବର୍ଷପାଇଁ ସୁରେଶ ୟାଦବ ସଭାପତି ଓ ଭୂମିକା ଭମର ସମ୍ପାଦକ ଭାବରେ ଶପଥ ନେଲେ
ବଲାଙ୍ଗିର, (କେପିଏନ୍ଏସ୍) : ୦୪ ଜୁଲାଇ ଦିନ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ରୋଟାରି ଏଲିଟର ୧୫ତମ ଅଧିଷ୍ଠାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ରୋଟାରୀ ଜିଲ୍ଲା ୩୨୬୧ର ୨୦୨୮-୨୯ର ରୋଟାରୀ ଗଭର୍ଣ୍ଣର ରୋଟରିଆନ ନବୀନ ଭାଓସାର ଯୋଗଦେଇ ରୋଟାରି ଏଲିଟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟତଃ ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ ଝିଅମାନଙ୍କ ସାମଗ୍ରିକ ବିକାଶ ପାଇଁ ହେଉଥିବା ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ଜ୍ଝ ରୋଟାରି ଏକ ଏହିଭଳି ସଂସ୍ଥା ଯାହା କେବଳ ଦେବାରେ ବିଶ୍ୱାସ କରେ ନେବାରେ ନୁହେଁ ବୋଲି କହିଥିଲେ । ଏହି ଅଞ୍ଚଳକୁ ବିକଶିତ କରିବାକୁ ରୋଟାରୀ ଏଲିଟର ପ୍ରୟାସ ବହୁତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ରୋଟାରି ଏଲିଟରେ ସ୍ୱାମୀ ଓ ସ୍ତ୍ରୀ ଦୁହିଜଣଙ୍କୁ ସଭ୍ୟ ରଖିବାର ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଟାରି ଏଲିଟର ଉଡାନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଝିଅମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେଲେ ନିଜକୁ ଧନ୍ୟ ମନେକରିବି ବୋଲି ପ୍ରକାଶ କରିଥିଲେ । ସଭାରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସହ ଗଭର୍ଣ୍ଣର ସୁଜିତ୍ ପାଣିଗ୍ରାହୀ ରୋଟାରୀ ଏଲିଟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଲିଟକୁ ମଜବୁତ୍ ହେବାକୁ ହେଲେ ନୂତନ ସଭ୍ୟ ଗ୍ରହଣ କରିବାକୁ ହେବବୋଲି କହିଥିଲେ । ବାର୍ଷିକ ବିବରଣୀରେ ୨୦୨୫-୨୬ର ସଭାପତି ଦର୍ଶନ ଭମର ରୋଟାରି ଏଲିଟର ଉଡାନ, ଗ୍ରୀନ ଡ୍ରିମ, ଦୃଷ୍ଟି ତଥା ଜନସଚେତନତା ପାଇଁ ସେମିନାର, ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରୋଟାରୀଆନ ସୁରେଶ ୟାଦବ ଓ ରୋଟାରୀଆନ ଭୂମିକା ଭମର ୨୦୨୬-୨୭ ପାଇଁ ଯଥାକ୍ରମେ ସଭାପତି ଓ ସମ୍ପାଦକ ଭାବରେ ଶପଥ ନେଇଥିଲେ । ୨୦୨୬-୨୭ ପାଇଁ ରୋଟାରି ଏଲିଟର ବୋର୍ଡ ଅଫ ଡିରେକଟରରେ ଉପସଭାପତି ଭାବରେ ନରେନ୍ଦ୍ର ସାହୁ ଓ ସୁଜାତା ପାଢ଼ୀ, ସହ ସମ୍ପାଦିକା ମୁକ୍ତା ବେନ ପଟେଲ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା ଓ ସହ କୋଷାଧ୍ୟକ୍ଷ ଡ. ପ୍ରକାଶ ଚନ୍ଦ୍ର ଦାସ, ସରଜେଣ୍ଟ ଏଟ ଆର୍ମସ ସନ୍ଦୀପ ପାଣିଗ୍ରାହୀ ଶପଥ ନେଇଥିଲେ । କ୍ଲବ ନିର୍ଦ୍ଦେଶକ ଭାବରେ ଅସିତ ଷଡ଼ଙ୍ଗୀ, ପ୍ରଶାନ୍ତ ବିଶ୍ୱାଳ, ବିଶ୍ୱଜିତ ଦାଶ, ସିନୁ ସୁନ୍ଦର ପାଢ଼ୀ, ରିଙ୍କୁ ପାତ୍ର, ହେମନ୍ତ ପଟେଲ, ଅଜିତ ଶତପଥି, ସୌମେନ୍ଦ୍ର ପରିଚ୍ଛା, ବିକାଶ ଅଗ୍ରୱାଲ, ଅର୍ଚ୍ଚନା ଶତପଥୀ, ଦୀପିକା ପାଣିଗ୍ରାହୀ, ଦିଭେଶ ଭମର, ଡ. ପଞ୍ଚଜନ୍ୟ ପଣ୍ଡା ସହିତ ସଂଜୀବ ନାଏକ କ୍ଲବ ସଂଯୋଜକ ଭାବରେ ଶପଥ ନେଇଥିଲେ । ଏହି ସଭାରେ ରୋଟାରୀ ଏଲିଟର ପ୍ରୋଜେକ୍ଟ ‘ଉଡ଼ାଣ’ରେ ନିର୍ବିକାର ଭାବରେ ଉଡ଼ାଣରେ ଆଜିଯାଏଁ ଅନ୍ୟୁନ ୩୫୦ରୁ ଅଧିକ ବାଳିକାଙ୍କୁ ସାମଗ୍ରୀକ ବିକାଶରେ ସହଯୋଗ ପାଇଁ ସମସ୍ତ ଶିକ୍ଷକ ଯଥା ନବୀନ ନାୟକ, ଦିଗାମ୍ବର ତ୍ରିପାଠୀ, ପୀତବାସ ପଣ୍ଡା, ବୃଶକେତୁ ସାହୁ, ସିନୁସୁନ୍ଦର ପାଢ଼ୀ, ନୂତନ ନାୟକ, ଗୋପଭୂଷଣ ନାଥ, କୃଷ୍ଣ ଚନ୍ଦ୍ର ନାଥ, ସୁବାସ ପଣ୍ଡା, ଜୟନ୍ତ ମେହେର, ଗନ୍ଧର୍ବ ପାତ୍ର, ଅଭୟ ମିଶ୍ର, ରଞ୍ଜିତ୍ ମିଶ୍ର, ଅଜିତ୍ ଶତପଥୀ, ସଚ୍ଚିଦାନନ୍ଦ ମେହେର ତଥା ବିକାଶ ସାହୁଙ୍କୁ ମୁଖ୍ୟ ଅତିଥି କୃତଜ୍ଞତା ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ସହଧର୍ମିଣୀ ସୁମନ ଭାଓସାର, ବଲାଙ୍ଗିର ନାଗରିକ କମିଟି, ରୋଟାରୀ କ୍ଳବ୍ ବଲାଙ୍ଗିର, ରୋଟାରୀ କ୍ଳବ୍ ବଲାଙ୍ଗିର ସେଣ୍ଟ୍ରାଲର ସଭ୍ୟମାନଙ୍କ ସହିତ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇ ଏଲିଟ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ଡ. ପଞ୍ଚଜନ୍ୟ ପଣ୍ଡା ସଂଯୋଜନା କରିଥିଲେ ଓ ଶେଷରେ ୨୦୨୬-୨୭ର ସମ୍ପାଦିକା ଭୂମିକା ଭମର ଧନ୍ୟବାଦ ଅର୍ପଣ କରିଥିଲେ ।

