jayashree

ବନ୍ୟାରେ ଉବୁଟୁବୁ ତରଭା ସହର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଜନତା । ବର୍ଷା ଯୋଗୁଁ ଘରୁ ବାହାରିବା ଅସମ୍ଭବ ହୋଇଯାଇଥିଲା । ଜିଲ୍ଲାର ସମସ୍ତ ଛଅଟି ବ୍ଲକରେ ପ୍ରବଳ ବର୍ଷାହେଉଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ତରଭାରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି । ତରଭାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତରଭା ଏନ୍‌ଏସିର ତଳିଆ ଅଂଚଳରେ ଥିବା ଘର ଭିତରମାନଙ୍କୁ ପାଣି ପଶିବା ଆରମ୍ଭ ହୋଇଥିଲା । ତରଭା -କଣ୍ଟାମାଲ ରାସ୍ତାର ବଡ଼ବନ୍ଧ ନିକଟ ରାସ୍ତାରେ ୩ ଫୁଟ ପାଣି ପ୍ରବାହିତ ହୋଇଥିଲା । ଯେଉଁଥିପାଇଁ ତରଭାରୁ କଣ୍ଟାମାଲ ରାସ୍ତା ବନ୍ଦ ରହିଛି । ଯଦି ବର୍ଷା ଲାଗି ରହେ ତେବେ ତରଭା ଅଂଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.