pakka

ବଲାଙ୍ଗିର ଟାଉନ ଥାନାରେ ହେବ ୩୧ ଗୋଟି ଦାବୀହୀନ ଗାଡ଼ି ନିଲାମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୩୧ ଗୋଟି ଦାବୀହୀନ ମୋଟର ସାଇକେଲ ଓ ଚାରି ଚକିଆ ଜବତ ହୋଇ ବଲାଙ୍ଗିର ଟାଉନ ଥାନାରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ୍‌ ଓ ଚାରି ଚକିଆ ଗୁଡ଼ିକର କୌଣସି ଦାବୀଦାର ଆସି ନଥିବାରୁ ଏସ୍‌ଡିଏମ୍‌, ବଲାଙ୍ଗିରଙ୍କ ଆଦେଶ ମୁତାବକ ଉକ୍ତ ୩୧ ଗୋଟି ଦାବୀହୀନ ମୋଟର ସାଇକେଲଗୁଡିକ ବଲାଙ୍ଗିର ଜିଲ୍ଲା ଆକ୍‌ସନ୍‌ କମିଟିକୁ ନିଲାମ କରିବା ପାଇଁ ଆଦେଶ ଦିଆଯାଇଛି । ତେଣୁ କୌଣସି ବ୍ୟକ୍ତି ଯଦି ଏହି ୩୧ ଗୋଟି ଦାବୀହୀନ ମୋଟର ସାଇକେଲ, ଚାରିଚକିଆ ମାଲିକାନା ଦାବୀ କରନ୍ତି, ତେବେ ଆସନ୍ତା ୭ ଦିନ ମଧ୍ୟରେ ବଲାଙ୍ଗିର ଟାଉନ ଥାନାକୁ ଆସି ସେମାନଙ୍କ ଗାଡ଼ିର ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ଗାଡ଼ି ନେଇପାରିବେ ବୋଲି ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ଵଜିତ ମନବୋଧ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗାମୀ ୭ ଦିନ ମଧ୍ୟରେ କେହି ଏହି ୩୧ ଗୋଟି ଦାବୀହୀନ ମୋଟର ସାଇକେଲ ଓ ଚାରି ଚକିଆକୁ ଦାବୀ ନ କରନ୍ତି, ତେବେ ଏହି ଗାଡ଼ି ଗୁଡ଼ିକ ନିଲାମ୍‌ ହୋଇଯିବ ।

Leave A Reply

Your email address will not be published.

4 + 12 =