ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ରଥଙ୍କ ପରଲୋକ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ସୁନାମଧନ୍ୟ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ରଥ(୭୯)ଙ୍କ ପରଲୋକ ହୋଇଯାଇଛି । ଗତକାଲି ପବିତ୍ର ମହାଳୟା ତିଥିରେ ତାଙ୍କ ଦେହାନ୍ତ ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଭାଇ, ଚାରି ପୁତ୍ର, ପୁତ୍ରବଧୂ, ଚାରି ଝିଅ, ଜ୍ୱାଇଁ, ଦୁଇ ଭଉଣୀ, ନାତିନାତୁଣୀ ତଥା ଅନ୍ୟ ବନ୍ଧୁବର୍ଗ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ଆଠଗାଁ ବାଳକ ପ୍ରାଥମିକ ବିଦ୍ୟାଳୟରୁ ସେ ଅବସର ଗ୍ରହଣ କରିଥିବା ବେଳେ ଜଣେ ଉଚ୍ଚମାନର କଳାକାର ଭାବେ ମଧ୍ୟ ସେ ସୁନାମ ଅର୍ଜନ କରିଥିଲେ ।

Leave A Reply

Your email address will not be published.