pakka

କ୍ରିଡାବିତ୍ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ଡକ୍ଟର ମୁକେଶ୍ ମହାଲିଙ୍ଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆର୍ନ୍ତଜାତିୟ ମାଷ୍ଟର୍ସ୍ କ୍ରିଡାବିତ୍ ତଥା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ବିଜେତା ସନ୍ତୋଷ କୁମାରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ଡ. ମୁକେଶ୍ ମହାଲିଙ୍ଗ । ପ୍ରକାଶ ଥାଉକି ଶ୍ରୀ ପଧାନ ଗତ ତୃତୀୟ ଖେଳୋ ଇଣ୍ଡିଆ ଜାତୀୟ ମାଷ୍ଟର୍ସ ଗେମ୍ ଦିଲ୍ଲୀଠାରେ ଆୟୋଜିତ ହେଉଥିବା ପ୍ରତିଯୋଗୀତାରେ ରାଜ୍ୟ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଳା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ । ପୂର୍ବରୁ ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ମାଷ୍ଟର୍ସ ଆଥଲେଟ୍‌ ଏବଂ ମାଷ୍ଟର୍ସ୍ ଗେମ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜିଲ୍ଳା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ଛଡ଼ା ଆର୍ନ୍ତଜାତିୟ ମାଷ୍ଟର୍ସ୍ ଆଥେଳେଟ୍ ଏବଂ ଗେମ୍ ପ୍ରତିଯୋଗୀତାରେ ଏ ପର୍ଯ୍ୟନ୍ତ, ସିଙ୍ଗାପୁର, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ, ଭୁଟାନ, ଏବଂ ବାଙ୍ଗାଳା ଦେଶ ଇତ୍ୟାଦି ଦେଶ ଗୁଡିକରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଳା, ରାଜ୍ୟ, ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ରାଷ୍ଟ୍ର ପ୍ରେରଣା ଆୱାର୍ଡ଼୍, ନେତାଜୀ ସୁବାଶ ବୋଷ୍‌ ଆଇ କନ୍ ଆୱାର୍ଡ଼୍, ଆର୍ନ୍ତଜାତିୟ ଏଚିବର୍ସ୍ ଆୱାର୍ଡ଼୍ରେ ସମ୍ମାନିତ ହୋଇଛନ୍ତି । ଆଗକୁ ଆର୍ନ୍ତଜାତିୟ ସ୍ତରରେ ବିଶ୍ଵ ମାଷ୍ଟର୍ସ୍ ଆଥେଳେଟ୍ ସ୍ଵିଡେନ ଏବଂ ତାଇପାଇ ପ୍ରତିଯୋଗୀତାରେ ଦେଶ ପାଇଁ ପ୍ରତିନିଧିତ୍ଵ କରୁଥିବାରୁ ନିଜକୁ ପ୍ରସ୍ତୁତ କରିବା ସହିତ ଦେଶ ପାଇଁ ଗୌରବ ଆଣିବାକୁ ଳକ୍ଷ୍ୟ ରଖିଛନ୍ତି । ଏହି ବିଶ୍ଵର ଦିର୍ଘତମ ଖେଳ, ଯାହାକି ୩୦ ବର୍ଷରୁ ୧୦୦ ବର୍ଷ ଅଧିକ ବୟସର ମାଷ୍ଟର୍ସ୍ ପ୍ରତିଯୋଗିତା ମାଧ୍ୟମରେ ନିଜକୁ ସୁସ୍ତ ରହିବା ସହିତ ରାଜ୍ୟ ଓ ଦେଶର ଯୁବବର୍ଗ ଖେଳାଳୀ ତଥା ସମସ୍ତ କ୍ରୀଡା ପ୍ରେମୀମାନକୁ ସୁସ୍ତ ରହିବା ପାଇଁ ସନ୍ଦେଶ ଦେଇଛନ୍ତି । ଏଣୁ ଆଜିର ଏହି କାର୍ଯ୍ୟକ୍ରମରେ ଆଗାମୀ ବିଶ୍ଵ ଆଥେଳେଟିକ୍‌ ପ୍ରତିଯୋଗିତା ଏବଂ ବିଶ୍ଵ ମାଷ୍ଟର୍ସ୍ ଗେମ୍ ପ୍ରତିଯୋଗିତା ପାଇଁ ମାନ୍ୟବର ବିଧାୟକଙ୍କଠାରୁ ଆଶୀର୍ବାଦ୍ ଏବଂ ସହଯୋଗର କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

2 × five =