ବରଗଡ଼-ଭେଡେନ ବିଜୁ ଏକ୍ସପ୍ରେସ ୱେ କାମ ଶେଷ ହେବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରୁ ଭେଡେନ ବିଜୁ ଏକ୍ସପ୍ରେସ ୱେର ରାସ୍ତା କାମ ଦୀର୍ଘ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ! ବିଶେଷ କରି ବରଗଡ଼ ଘରୋଇ ବସଷ୍ଟାଣ୍ଡରୁ ଖଣ୍ଡ ହତା କେନାଲ ବ୍ରିଜ ପର୍ୟ୍ୟନ୍ତ ପ୍ରାୟ ୧୦ କିମି ରାସ୍ତାର ନିର୍ମାଣ କାର୍ୟ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ବରଗଡ଼ ସହରରୁ ତୋରା ସୂତା ମିଲ ଛକ ପର୍ୟ୍ୟନ୍ତ ରାସ୍ତା କଡ ଜବର ଦଖଲ ଉଛେଦ ପ୍ରଶାସନ ପକ୍ଷରୁ ହୋଇପାରୁ ନଥିବାରୁ ନିର୍ମାଣ ସପ୍ସସ୍ଥାର ମୁଣ୍ଡ ବ୍ୟଥାର କାରଣ ହୋଇଥିବା ସପ୍ସସ୍ଥା ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ ଧାନ ଅମଳ ହୋଇ ମୁଣ୍ଡିକୁ ଯିବା ସମୟ ହୋଇଥିବା ଏବଂ ଭେଡେନ ଅଞ୍ଚଳ ଜିଲ୍ଲାର ଧାନ ଉତ୍ପାଦନର ମୁଖ୍ୟ ଅଞ୍ଚଳ ହୋଇଥିବାରୁ ଏହି ରାସ୍‌ତା ଦେଇ ଦୈନିକ ଶତାଧିକ ଧାନ ଟ୍ରକ୍ ଯିବା ଆସିବା କରୁଛି । ଫଳରେ ଅଧାପନ୍ତରିଆ ରାସ୍ତା ଯୋଗୁଁ ଏହି କରୋନା କାଳରେ ମେଟାଲ ଓ ବଜରି ଗୁଣ୍ଡ ଧୂଳି ଉଡି ପରିବେଶକୁ ଆହୁରି ପ୍ରଦୂଷିତ କରିବା ସହ ଅନେକ ଛୋଟ ବଡ଼ ଦୂର୍ଘଟଣା ମାନ ଘଟୁଛି । ଏ ସଂକ୍ରାନ୍ତରେ ଜନୈକ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା କଡ଼ରେ ଥିବା ଜବର ଦଖଲକାରୀଙ୍କୁ ବହୁ ଦିନରୁ ନୋଟିସ ହୋଇଥିଲେ ମଧ୍ୟ ଉଛେଦ ହୋଇପାରି ନାହିଁ ବୋଲି ସ୍ୱୀକାର କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ , ଭେଡେନ ବ୍ଲକ ପଟରୁ ବରଗଡ଼କୁ ଆସିଥିବା ଏହି ରାସ୍ତାର ନିର୍ମାଣ କାର୍ୟ୍ୟ ଅଧାରୁ ଅଧିକ ଶେଷ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତୃ ବୃନ୍ଦ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.