ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସହ ସହରର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟଗୁଡ଼ିକର ତଦାରଖ କରିଥିଲେ । ସେ ସିଟି ସ୍କୁଲ ଖେଳ ପଡିଆର ପ୍ରଶସ୍ତିକରଣ ସହ ତା’ର ଉନ୍ନତିମୂଳକ କାର୍ୟ୍ୟ ପାଇଁ ଅଧସ୍ଥନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଖେଳ ପଡିଆ ପାଖରେ ଏକ ପାର୍କ ଓ ପାର୍କ ମଧ୍ୟରେ ଖୋଲା ଜିମ ତିଆରି କରିବା ପାଇଁ ପ୍ଲାନିଙ୍ଗ ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପାର୍କକୁ ଖେଳ ପଡିଆକୁ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ ପାର୍କିଂ ସ୍ଥାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସେ ମହାରାଜା ସାଗର ର ଉନ୍ନତିକରଣ କାମ ଚାଲିଥିବା ପରିଦର୍ଶନ କରି କିପରି ଅଧିକ ଉନ୍ନତ ହୋଇ ପାରିବ ସେଥି ପ୍ରତି ଅବଗତ କରାଇବା ସହ ଲୋକଙ୍କ ପାଇଁ ପାଦଚଲା ରାସ୍ତା ଓ ବଗିଚା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କୁମୁଡ଼ା ପାହାଡ ନିକଟରେ ନିର୍ମାଣାଧୀନ ଅବସ୍ଥାରେ ଥିବା ମ୍ୟୁନିସିପାଲିଟର କଲ୍ୟାଣ ମଣ୍ଡପର ପରିଦର୍ଶନ କରିଥିଲେ । ଏହା କାମ ଖର୍ଚ୍ଚର ପ୍ରୋଜେକ୍ଟ ହୋଇ ମଧ୍ୟ ବିଗତ ଚାରି ବର୍ଷ ହେଲା କାହିଁକି ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ବିବ୍ରତ ହୋଇଥିବା ଦେଖାଦେଇଥିଲା । ଏହା ସହ ଉପଜିଲ୍ଲାପାଳ ଓ ତାଙ୍କ ଅଧସ୍ଥନ ଅଧିକାରୀଙ୍କୁ ଗୋଟିଏ ମାସରେ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ନୂଆ ବର୍ଷର ଜାନୁଆରୀ ୧ ତାରିଖରେ ଏହାର ଶୁଭ ଉଦଘାଟନ କରାଯିବ ବୋଲି ଆଶା ପୋଷଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହା ସହ ଜିଲ୍ଲାପାଳ ଟିଟିଲାଗଡକୁ ଏକ ଅତ୍ୟାଧୁନିକ ସହର ଭାବରେ ଗଢି ତୋଳିବା ପାଇଁ ଉଦ୍ୟମ ଜାରି କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.