କଣ୍ଟାମାଳ ହାଟପଦା ଛକରୁ ଡିକି ଖୋଲି ୫୦ ହଜାର ଟଙ୍କା ଲୁଟ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଅଞ୍ଚଳରେ ଚୋରୀ, ଲୁଟପାଟ ଏବଂ ଅସାମାଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ପୋଲିସ ବିଭାଗର ଦାୟିତ୍ବ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ କମିବାରେ ଲାଗିଛି । ଆଜି ଦିନ ୧୨ଟା ସମୟରେ କଣ୍ଟାମାଳ ହାଟପଦା ଛକ ରାସ୍ତାରେ ଗାଡିର ଡିକି ଖୋଲି ୫୦ ହଜାର ଟଙ୍କା ଲୁଟ କରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଥିବା ବିଷୟରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଘଣ୍ଟାପଡା ଗ୍ରାମର ସୁରଥ ବାଇ ଲଣ୍ତାପଦର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ତୁଲାଉଛନ୍ତି । ସେହିପରି ଗ୍ରାମର ପ୍ରଭାକର କଅଁର ସୁର୍କାଭଟା ପ୍ରାଥମାକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟ କରୁଛନ୍ତି । ଦୁହେଁ ଏମଡିଏମ ଟଙ୍କା ଉଠାଣ ନିମନ୍ତେ ଏକତ୍ର ଭାବେ ଗୋଟିଏ ବାଇକ ଯୋଗେ କଣ୍ଟାମାଳ ଷ୍ଟେଟ ବ୍ୟାଙ୍କକୁ ଯାଇ ଟଙ୍କା ଉଣାଣ କରିଥିଲେ । ସୁରଥ ଙ୍କ ୨୬୩୪୫ ଓ ପ୍ରଭାକର ଙ୍କ ୨୨୬୯୫ ସର୍ବମୋଟ ୪୯,୦୪୦ ଟଙ୍କା ସୁରଥଙ୍କ କ୍ୟାସ ବ୍ୟାଗରେ ଭତ୍ତିକରି ଗାଡି ଡିକିରେ ରଖିଥିଲେ । ପରେ ଦୁହେ ମିଶି ହାଟପଦା ସ୍ଥିତ ବିନାୟକ ଦୋକାନକୁ ଯାଇଥିଲେ । ଦୋକାନ ସାମ୍ନାରେ ଗାଡି ରଖି ସୁରଥ ଦୋକାନକୁ ଗଲେ ଏବଂ ପ୍ରଭାକର ଦୋକାନ ପଛପଟକୁ ପରିସ୍ରା ପାଇଁ ଯାଇଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ଗାଡିର ଡିକି ଖୋଲି ଟଙ୍କା ନେଇ ଫେରାର ମାରିଥିଲେ । ସେମାନେ ପଲସାଗୋରା ଦିଗରେ ଯାଇଥିବା ଜଣାଯାଇଛି । ଚୋରୀ ହୋଇଥିବା କ୍ୟାସ ବ୍ୟାଗରେ ଉଭୟ ସ୍କୁଲର ପାସବୁକ, ଚେକବୁକ, ୫ଟି ଲେଖାଏଁ ସିଲ ଏବଂ ସୁରଥଙ୍କ ଡିଏଲ, ପାନକାର୍ଡ ଏବଂ ଗାଡିର ସ୍ମାମକାର୍ଡ ରହିଥିବା ଜଣାଯାଇଛି । ଟଙ୍କା ଉଠାଣ ସମୟରେ କେହି ବ୍ୟକ୍ତି ଆମକୁ ଫଲୋ କରି ଟଙ୍କା ଲୁଟ କରିଥାଇ ପାରନ୍ତି ବୋଲି କହିଛନ୍ତି ସୁରଥ । ତେବେ ଗାଡି ଡିକିରେ ଟଙ୍କା କିମ୍ବା ମୂଲ୍ୟବାନ ଜିନିଷ ନ ରଖିବାକୁ ଲୋକଙ୍କୁ ସଚେତନ କରା ଯାଉଛି କିନ୍ତୁ ଲୋକେ ସଚେତନ ହେଉ ନଥିବାରୁ ଏପରି ଘଟଣାମାନ ଘଟୁଛି । ଏଥିପ୍ରତି ସମସ୍ତେ ସଚେତନ ରଖିବାକୁ ସମାଜିକ କର୍ମୀ ପ୍ରଭାତ କୁମାର ସାହୁ ମତ ଦେଇଛନ୍ତି ।

Leave A Reply

Your email address will not be published.