pakka

ବିଶ୍ୱ ଉପଚାର ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲପାଲି ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀଠାରେ ବିଶ୍ୱ ଉପଚାର ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଗଣ୍ଡତୁରୁମର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ପଧାନ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିଜୟ କର୍ମୀ ଯୋଗଦାନ କରିଥିଲେ । ସାମାଜିକ କର୍ମୀ ବିନାୟକ ଦ୍ୱାରି ବିଶ୍ୱଉପଚାର ଦିବସ ଓ ରେଡ଼କ୍ରସ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସେଣ୍ଡଜୋନ୍ସ ଆମ୍ବୁଲାନ୍ସ ସଙ୍ଘର ଆଜୀବନ ସଭ୍ୟ ଅନୁପ ଚରଣ ଖଟେଇ ଛାତ୍ରଛାତ୍ରୀଙ୍କୁ ଶୀଘ୍ର ଉପଚାର ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ମହାଶକ୍ତି ଫାଉଣ୍ଡେସନର ସୁବୋଧ ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଋତୁ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 + 2 =