pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସପ୍ତମ ଦିବସ

bbehera
  • ସାଇଟ ସ୍ପୋଟ୍ସ ସୋସାଇଟି, କୁଶଙ୍ଗ, ପ୍ରୋଗ୍ରେସିବ କ୍ଲବ, ଭାଲୁଦର୍ହୋ, ଖଲିଆପାଲି, ଖୁଟସମଲେଇ, ମୁରସିଂ, ହଳଦି ଇବିଏଫ୍‌ଏ ଓ ଖୋଲାନ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋଟ୍ସ ସୋସାଇଟି ୨-୧ ଗୋଲରେ କୁସମେଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପୂର୍ବତନ ଖେଳାଳି ସୌମେନ୍ଦ୍ର ପରିଚ୍ଛା ଓ କ୍ରୀଡା ସଂଗଠକ ଶଶି ଶେଖର ପଣ୍ଡା ଯୋଗ ଦେଇଥିଲେ । ରେଫରି ସଂଜୀବ ମହାରଣା, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସୁଧାଂଶୁ ସେଠ ଖେଳ ପରିଚାଳନା କରିଥିଲେ । ମିଶନ ପଡିଆରେ ପୋଗ୍ରେସିଭ୍‌ କ୍ଲବ ୨-୧ ଗୋଲରେ ହୋମଗାର୍ଡ ସ୍ପୋଟିଂକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ନବଜୀବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ବାଗ ଯୋଗ ଦେଇଥିଲେ । ରେଫରି ଦେବାଶିଷ ବାଗ, ଅବଦୁଲ ମୁଜିବ, ଶୁଶାନ୍ତ ନାଗ ଓ ରୁପେଶ ନାଗ ଖେଳକୁ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଖଲିଆପାଲି ୫-୧ ଗୋଲରେ କୁରୁଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ବରିଷ୍ଠ ସଦସ୍ୟ ସୁଧିର କୁମାର ପଣ୍ଡା ଓ ପୂର୍ବତନ ଖେଳାଳି ଦିଲିପ ସେଠ ଯୋଗ ଦେଇଥିଲେ । ରେଫରି ଭାବରେ ଖଲିଲ ରହମନ, ଶ୍ରବଣ କୁମାର ବାଗ, ନରସିଂ ସ୍ୱାମୀ ନାଇଡୁ ଓ ସୁଦୟ ବାରିକ ଦାୟିତ୍ୱ ତୁଳାଇଥିଲେ । ଚୁଡାପାଲି ପଡିଆରେ ଭାଲୁଦର୍ହୋ ୨-୧ ଗୋଲରେ କୁତମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବାଉଁସୁଣୀ ରେଞ୍ଜର ଶ୍ରୀବତ୍ସ କୁମୁରା ଓ ପେକ୍ସ ସଭାପତି ବିଜୟ ନାହାକ ଯୋଗ ଦେଇଥିଲେ । ରେଫରି ଭାବେ ବୈକୁଣ୍ଠ ଜେନା, ଜଳନ୍ଧର ସାହୁ, ଉମେଶ ଭୋଇ ଓ ମଣ୍ଟୁ ବେହେରା ଦାୟିତ୍ୱ ତୁଳାଇଥିଲେ । ହଲଦି ପଡିଆରେ ଇବିଏଫ୍‌ଏ ହଳଦି ୧-୦ ଗୋଲରେ ମାଲପଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସରପଂଚ ସୋମିନା ସେଠ ଓ ପୂର୍ବତନ ଖେଳାଳି ରମା ରଂଜନ ସେଠ ଯୋଗ ଦେଇଥିଲେ । ରେଫରି ଭାବେ ଆଶିର୍ବାଦ ସା, ଆଶିଷ ଦେବ ସା, ଅଶ୍ୱିନୀ କୁମାର ଭୁକ୍ତା ଓ ପାଣ୍ଡବ ବିଶି ଦାୟିତ୍ୱ ତୁଳାଇଥିଲେ । ଜରାସିଂହା ପଡିଆରେ ମୁରସିଂ ଡ୍ରାଇବ୍ରେକର ୩-୧ ଗୋଲରେ ଭୁତିଆରବାହାଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ବିବିଏମ୍‌ସିଏଚ୍‌ ଡା.ସୁବ୍ରତ କୁମାର ରାୟ ଓ ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ ଯୋଗ ଦେଇଥିଲେ । ରେଫରି ଭାବରେ ସଞ୍ଜନ କୁଦେଇ, ଲକ୍ଷ୍ମୀଧର ମହାନ୍ତି, ଶ୍ରୀବତ୍ସ ମେହେର ଓ ପ୍ରଶାନ୍ତ ଥନାପତି ଖେଳ ପରିଚାଳନା କରିଥିଲେ । ତୁର୍ଲା (ଟିଟିଲାଗଡ) ପଡିଆରେ ଖୋଲାନ ଟ୍ରାଏବ୍ରେକର ୪-୨ ଗୋଲରେ ଚିକେନିବାହାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପୂର୍ବତନ ଖେଳାଳି ସଦାନନ୍ଦ ନାଏକ ଯୋଗ ଦେଇଥିଲେ । ରେଫରି ଭାବରେ ବିବଚ୍ଛ ମାଝି, ଲବ ସୁନାନି, ମୋହନ ପଧାନୀ ଓ ବୈଷ୍ଣବ କବାଟ ଦାୟିତ୍ୱ ତୁଳାଇଥିଲେ । ଲୋଇସିଂହା ଷ୍ଟାଡିୟମରେ ଅନୁଷ୍ଠିତ ଖେଳରେ କୁଶଙ୍ଗ ଟ୍ରାଇବ୍ରେକର ୪-୩ ଗୋଲରେ ଯୋଗୀସର୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ହିରାପୁର ସରପଂଚ ରମାକାନ୍ତ ବିଶ୍ୱାଲ ଓ ବୁର୍ଡା ସରପଞ୍ଚ ସୁଦିପ ସା ଯୋଗ ଦେଇଥିଲେ । ରେଫରି ଭାବେ କରୁଣାକର ପଧାନ, ବିଜୟ ରଣା, ଅର୍ଜନ ବେସ୍ରା ଓ ଜ୍ୟୋର୍ତିମୟ ରାଉତ ଦାୟିତ୍ୱ ତୁଳାଇଥିଲେ । ସେହିପରି ପାଟଣାଗଡ ପଡିଆରେ ଖୁଟସମଲେଇ ୪-୦ ଗୋଲରେ ମଲ୍ଲିକମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଶିକ୍ଷକ ସଂଘର ସୁଶାନ୍ତ କୁମାର ରାହା, ରାଜୁ ଭୋଇ ଓ ଭକ୍ତ ପଧାନ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ସେଠ, ଖୁସିରାମ ମଲ୍ଲିକ, ଚୈତନ୍ୟ ସାହୁ ଓ ତ୍ରିନାଥ ଚନ୍ଦନ ପରିଚାଳନା କରିଥିଲେ ।

Leave A Reply

Your email address will not be published.

12 − two =