pakka

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା ରକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ସୁବାଷ ଚନ୍ଦ୍ର ପଟେଲ, ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବରେ ଶିକ୍ଷକ ତଥା ପ୍ରକୃତିବନ୍ଧୁ ସୂର୍ଯ୍ୟକାନ୍ତ ରଣା, ଶିକ୍ଷକ ବିରଂଚି ନାରାୟଣ ସିଂ, ଅକୃର ପୁଟା, ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ, ନିରଞ୍ଜନ ସୁନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ସିପକା ଯୋଗ ଦେଇଥିଲେ । କ୍ଲଷ୍ଟରର ସଂଜୋଜକ ଧନସିଂ ମାଝୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପରିଚୟ କରିଥିଲେ ।ତା’ପରେ ଶିକ୍ଷକ ମାନେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପରେ ଆଲୋଚନା କରି ନୂଆଁଖାଇ ଜୁହାର ଭେଟ୍‌ ହୋଇଥିଲେ । ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହିତ କିଛି ପ୍ରାଥମିକ ଚିକିତ୍ସାର ଉଦାହରଣ ସ୍ୱରୂପ କରିକି ଦେଖାଇ ଥିଲେ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କିଟ୍‌ ରଖିବାକୁ ପରାମର୍ଶ ଦେଇଥିଲେ । ତା’ପରେ ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ତାଙ୍କର ହାସ୍ୟ ରସାତ୍ମକ କବିତା ଓ ଚୁଟକୁଲା ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମନୋରଞ୍ଜନ କରିଥିଲେ । ତା’ପରେ ପ୍ରାଥମିକ ଚିକିତ୍ସା ଉପରେ ଶ୍ରୀ ଦାଶ ପ୍ରଶ୍ନ ପଚାରିଥିଲେ ଏବଂ ସଠିକ୍‌ ଉତ୍ତର ଦେଇଥିବାରୁ ବିମଳ କୁମାର ହାତୀ, ସୁବାସ ଧରୁଆ, ମଣି ମାଝୀ ଓ ଡିଙ୍କେଶ୍ୱରୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ଗୌତମ ଆଣ୍ଡିଆ, ମନୋଜ ତାଣ୍ଡି, ବିଶେଶ୍ୱର ମୁଦୁଲି, ଭବାନୀଶଙ୍କର ବେହେରା, କୁଲଧର ଚନ୍ଦନ, ଶରତ ମାଝୀ, ରାଜୁ ଦୀପ, ପ୍ରମୋଦ ମାଝୀ, ଅରୁଣ କୁମାର ସାହୁ, ବିକାଶ ଚନ୍ଦ୍ର ନାଥ, ସୁରେଶ ମାଝୀ, ବିନୋଦ ବଉକ, ଜିତେନ୍ଦ୍ର ନାଏକ, ମଳୟ ଚୌହାନ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × four =