pakka

ପାଣି ଘେରରେ ଖଟୁଆକୁଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମଠାରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ୧୯୫୬ରେ ସ୍ଥାପିତ ହୋଇଥିବା ବହୁ ପୁରାତନ ଏହି ସ୍କୁଲଟି ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୭୦ ଜଣ ଛାତ୍ରୀଛାତ୍ର ଏହି ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ଚାରିଜଣ ଶିକ୍ଷକ ଅଛନ୍ତି । ସ୍କୁଲଟି ବହୁ ପୁରାତନ ହୋଇଥିଲେ ମଧ୍ୟ ପାଚେରୀ କିମ୍ବା ଖେଳପଡିଆ ନାହିଁ । ଏଥିସହ ସ୍କୁଲକୁ ଯିବା ଲାଗି ଉପଯୁକ୍ତ ରାସ୍ତା ମଧ୍ୟ ନାହିଁ । ବର୍ଷା ଦିନ ହେଲେ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ଅଭିଭାବକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷା ହେଲେ ମଧ୍ୟ ପାଣି ନିଷ୍କାସନ ହୋଇ ନ ପାରି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହୁଛି । ଫଳରେ ସେହି କାଦୁଅ ପଚପଚରେ ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । କମିଟି ପକ୍ଷରୁ ବାରମ୍ବାର ପ୍ରଶାସନକୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଲୁ ନ ଥିବା ପରିଚାଳନା କମିଟି ସଭାପତି ଶବର କୁମାର ତରାଇ କହିଛନ୍ତି । ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Leave A Reply

Your email address will not be published.

four × 2 =