pakka

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବୁର୍ଡ଼ା ଛକସ୍ଥିତ ରେଳ ଫାଟକ ନିକଟରେ ଜନୈକ ଯୁବକ ଟ୍ରେନ ସମ୍ମୁଖକୁ ଆସି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଯୋଗିସର୍ଡ଼ା ପଞ୍ଚାୟତ ଅଧିନସ୍ଥ ଗୁର୍ଜିଭଟା ଗ୍ରାମର ମଛିନ୍ଦର ସାହୁଙ୍କ ପୁଅ ସୁମନ୍ତ ସାହୁ(୩୨) । ସେ ଦୀର୍ଘ ଦିନରୁ ମାନସିକ ରୋଗରେ ଆକାନ୍ତ ଥାଇ ଚିକିତ୍ସାଧୀନ ଥିବା ବେଳେ କିଛି ଦିନ ପୂର୍ବରୁ ଲୋକଙ୍କ ସହିତ ଠିକ୍‌ ଭାବରେ କଥାବାର୍ତ୍ତା ମଧ୍ୟ ହେଉଥିଲେ । ତେବେ ଆଜି ସକାଳ ୭ଟାରେ ଏକ ବାଇକକୁ ଲିଫ୍ଟ ମାଗି ସୁମନ୍ତ ବୁର୍ଡା ଛକ ସ୍ଥିତ ରେଲୱେ ଫାଟକ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଓହ୍ଲାଇ ଫାଟକଠାରୁ କିଛି ଦୂରକୁ ଯାଇ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନାରୁ ଜଣାଯାଇଛି । ବଲାଙ୍ଗିର ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

17 + 12 =