pakka

ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଯମରତଲା ସରକାରୀ ଅପ୍‌ଗ୍ରେଡ଼ ଉଚ୍ଚ ବିଦ୍ୟାଳୟରେ ଏସଏମସି ଚେୟାରପର୍ସନ ଦଶରଥ ବରିହାଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ପୁରୀ ବୈଠକର ଉର୍ଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରୂପଧର ନାୟକ ୫-ଟି ସ୍କୁଲର ଇ ଲାଇବ୍ରେରୀ, ବିଜ୍ଞାନଗାର ଓ ରୂପାନ୍ତରିକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । କୁଳମଣି ପ୍ରଧାନ ସ୍ମାର୍ଟ ବୋର୍ଡ ଶ୍ରେଣୀ ଶିକ୍ଷାଦାନର ଉତ୍କର୍ଷ ଉପରେ ଡେମୋ ପ୍ରଦର୍ଶନ କରି ଅଭିଭାବକଙ୍କ ଦୃଷ୍ଟିକୁ ଆଣିଥିଲେ । ମହେଶ୍ୱର ପୁରୀ, ସିଆରସିସି ସଞ୍ଜୟ ପଟେଲ ପର୍ଯ୍ୟବେକ୍ଷଣ କରିଥିଲେ । ବହୁ ଅଭିଭାବକ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଗୃହକାର୍ଯ୍ୟ ଅଧିକ ଦେଇ ପିଲାଙ୍କୁ ଘରେ ଯେପରି ବୁଲି ନ ପାରନ୍ତି ତା’ ଉପରେ ମତପୋଷଣ କରିଥିଲେ । ଘନଶ୍ୟାମ ସାହୁ, ଦୀପେଶ ସାହୁ ସହଯୋଗ କରିଥିଲେ । ଶିକ୍ଷକ ନରୋତ୍ତମ ସେଟ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

one × 1 =